ଦେବାଶୀଷ ପାଣ୍ଡା ବୀମା ନିୟାମକର ଅଧ୍ୟକ୍ଷ

ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ର ଅର୍ଥ ବିଭାଗ ଅନ୍ତର୍ଗତ ଆର୍ଥିକ ସେବା ବିଭାଗର ପୂର୍ବତନ ସଚିବ ଦେବାଶୀଷ ପଣ୍ଡାଙ୍କୁ ବୀମା ନିୟାମକ ଇନ୍‌ସ୍ୟୁରାନ୍ସ ରେଗୁଲେଟରୀ ଆଣ୍ଡ୍ ଡେଭଲପ୍‌ମେଣ୍ଟ୍ ଅଥରିଟି ଅଫ୍ ଇଣ୍ଡିଆ (ଆଇଆର୍‌ଡିଏଆଇ)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି।

କେନ୍ଦ୍ର କ୍ୟାବିନେଟ୍‌ର ନିଯୁକ୍ତି କମିଟି ପଣ୍ଡାଙ୍କ ନିଯୁକ୍ତିକୁ ଆଜି ଅନୁମୋଦନ କରିଛନ୍ତି। ପଣ୍ଡା ଏହି ପଦରେ ତିନିବର୍ଷ ପାଇଁ ରହିବେ। ସୂଚନାଯୋଗ୍ୟ ଯେ ୧୯୮୭ ବ୍ୟାଚ୍‌ର ଉତ୍ତରପ୍ରଦେଶ କ୍ୟାଡର୍ ଆଇଏଏସ୍ ଅଧିକାରୀ ପଣ୍ଡା ଗତ ଜାନୁଆରୀରେ ଅବସର ନେଇଥିଲେ।