Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
କଲଣ୍ଡା ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗ: ଧାର୍ଯ୍ୟ ତାରିଖ ପରିବର୍ତ୍ତନ ଦାବି  – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

କଲଣ୍ଡା ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗ: ଧାର୍ଯ୍ୟ ତାରିଖ ପରିବର୍ତ୍ତନ ଦାବି 

ଦେବଗଡ଼,ଏନ୍ଏନ୍ଏସ୍: ତିଲେଇବଣି ବ୍ଲକ୍ କଲଣ୍ଡା ସରପଞ୍ଚ ସକୁନ୍ତଳା ପ୍ରଧାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି। ଏଥିପାଇଁ ଆଗାମୀ ୨୬ ତାରିଖ ଧାର୍ଯ୍ୟ କରାଯାଇଥିବା ବେଳେ ୬ ଜଣ ୱାର୍ଡ ମେମ୍ବର( ନାଏବ ସରପଞ୍ଚଙ୍କ ସମେତ) ବିଭିନ୍ନ କାରଣ ଦର୍ଶାଇ ଏହି ତାରିଖକୁ ପରିବର୍ତ୍ତନ କରିବା ପାଇଁ ଆଜି ଦେବଗଡ଼ ଜିଲ୍ଲାପାଳଙ୍କ ଠାରେ ଆବେଦନ କରିଛନ୍ତି। ଆଜି କଲଣ୍ଡା ପଞ୍ଚାୟତର ନାଏବ ସରପଞ୍ଚ ମାର୍କଣ୍ଡେୟ ନନ୍ଦଙ୍କ ନେତୃତ୍ୱରେ ୱାର୍ଡ ମେମ୍ବର ଦର୍ପଣା ଦଦରା, ବୀଣା ପାତ୍ର, ଝିଲି ପାତ୍ର, ପରମେଶ୍ୱର ବାଘ ଓ ରେବତୀ ଭୋଇ ପ୍ରମୁଖ ଦେବଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏହି ଦାବିପତ୍ରର ନକଲ ତିଲେଇବଣ ବିଡିଓ ଏବଂ ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କୁ ପ୍ରଦାନ କରିଥିଲେ। ଦାବି ପତ୍ରରେ ଦର୍ଶାଇଛନ୍ତି ଯେ, କଲଣ୍ଡା ସରପଞ୍ଚ ସକୁନ୍ତଳା ପ୍ରଧାନ ଅନାସ୍ଥା ପ୍ରସ୍ତାବକୁ ଭଣ୍ଡୁର କରିବା ଉଦ୍ଦେଶ୍ୟରେ ୱାର୍ଡ ମେମ୍ବର ସନ୍ତୋଷ ନାଏକ, ମୋହନ ବାଘ , କସ୍ତୁରୀ ମୁଣ୍ଡା ଓ ନବୀନ ନାୟକଙ୍କୁ ଗତ ୧୯ ତାରିଖ ରାତିରେ ଡାକିନେଇ କେଉଁଆଡ଼େ ରଖିଛନ୍ତି ତାହା ଜଣାନାହିଁ। କରୋନା ଭଳି ଜାତୀୟ ବିପତ୍ତି ସମୟରେ ସରପଞ୍ଚ ଓ ସମ୍ପୃକ୍ତ ୱାର୍ଡ ମେମ୍ବରମାନେ ନିଜ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥା ତଦାରଖ କରିବା ପରିବର୍ତ୍ତେ ଅଜ୍ଞାତ ସ୍ଥାନରେ ରହିଛନ୍ତି।

ସରପଞ୍ଚ ଯଦି ଦିନେ ଦୁଇଦିନ ମଧ୍ୟରେ ସେମାନଙ୍କୁ ଗାଁକୁ ଆଣନ୍ତି ତେବେ ଉକ୍ତ ୱାର୍ଡ ମେମ୍ବର ଓ ସରପଞ୍ଚ କରୋନା ଆକ୍ରନ୍ତ ହୋଇଥିବା ଆଶଙ୍କା ରହିଛି। ଫଳରେ ଗ୍ରାମବାସୀ ସେମାନଙ୍କ ପାଇଁ ସଂକ୍ରମିତ ହୋଇପାରନ୍ତି। ତେଣୁ ଅନାସ୍ଥା ପ୍ରସ୍ତାବ ପାଇଁ ଧାର୍ଯ୍ୟ ହୋଇଥିବା ତାରିଖ ପରିବର୍ତ୍ତନ କରାଯାଉ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଏ ସମ୍ପର୍କରେ ସରପଞ୍ଚ ସକୁନ୍ତଳା ପ୍ରଧାନଙ୍କ ସହ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ପାରିନାହିଁ।