ଏଲ୍‌ଆଇସି ଆଇପିଓ ପାଇଁ ୧୨ ମେ’ ଡେଡ୍‌ଲାଇନ୍

ନୂଆଦିଲ୍ଲୀ,ଏଜେନ୍ସି: ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ଆଇପିଓ ନେଇ ଏକ ନୂଆ ସମସ୍ୟ ଦେଖାଯାଇଛି। ବଜାର ନିୟାମକ ଅନୁମତି ଅନୁସାରେ ସରକାରଙ୍କୁ ଆଗାମୀ ୧୨, ମେ’ ସୁଦ୍ଧା ଆଇପିଓ ଲଞ୍ଚ୍ କରିବାକୁ ପଡ଼ିବ। ଅନ୍ୟଥା ସେବି ନିକଟରେ ପୁଣିଥରେ ଆବଶ୍ୟକୀୟ ଦସ୍ତାବିଜ୍ ଦାଖଲ କରିବାକୁ ପଡ଼ିବ।

ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାର ଏଲ୍‌ଆଇସିରେ ସରକାରୀ ଅଂଶଧନର ୫% ବିକ୍ରୟ କରି ୬୦ ହଜାର କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ଆବଶ୍ୟକୀୟ ଦସ୍ତାବିଜ୍ ସେବି ନିକଟରେ ଜମା କରିବା ସହିତ ଦେଶ ବିଦେଶରେ ରୋଡ୍‌ଶୋ’ ଆରମ୍ଭ କରିଥିଲେ। ରୁଷ୍‌-ୟକ୍ରେନ୍ ଯୁଦ୍ଧ ଯୋଗୁଁ ବିଶ୍ୱ ବଜାରରେ ଦେଖାଯାଇଥିବା ଅନିଶ୍ଚିତତା ପରିପ୍ରେକ୍ଷୀରେ ସରକାର ଚଳିତ ଆର୍ଥିକ ବର୍ଷରେ ଆଇପିଓ ଲଞ୍ଚ୍ କରିବା ନେଇ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି।

ସୂତ୍ରରୁ ପ୍ରକାଶ ଯେ ସରକାର ଏଲ୍‌ଆଇସି ଆଇପିଓ ନେଇ କୌଣସି ରିସ୍କ ନେବାକୁ ଚାହୁଁନାହାନ୍ତି। ଖୁଚୁରା ନିବେଶକଙ୍କ ଫାଇଦାକୁ ଧ୍ୟାନରେ ରଖି ବଜାରର ଅସ୍ଥିରତା ଉପରେ ନଜର ରଖିଛନ୍ତି। ଯଦି ବଜାରରେ ଅନିଶ୍ଚିତତା ଜାରିରହେ; ଏପରିସ୍ଥିତିରେ ଆଇପିଓ ବିଳମ୍ବ ହୋଇପାରେ ବୋଲି ସୂଚନା ମିଳିଛି।