ମଙ୍ଗଳପୁର ଶ୍ମଶାନ ନିକଟରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ଥାନା ମଙ୍ଗଳପୁରସ୍ଥିତ ବୈତରଣୀ ନଦୀର ଶ୍ମଶାନ ଘାଟ ନିକଟରୁ ଅଜଣା ମହିଳାଙ୍କର ଗଳିତ ମୃତଦେହ ଉଦ୍ଧାର ହୋଇଛି। ମିଳିଥିବା ରିପୋର୍ଟ ମୁତାବିକ, ଆଜି ସକାଳୁ କିଛି ଲୋକ ନଦୀପଟକୁ ଯାଇଥିବା ସମୟରେ ଗଳିତ ଶବ ଦେଖି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଉକ୍ତ ଶବର ପେଟ କଟାଯାଇଥିବା ବେଳେ ପୂର୍ବରୁ ଏହା ବ୍ୟବଛେଦ ହୋଇଥିବା ଅନୁମାନ କରାଯାଉଛି।