ବନ୍ୟା କ୍ଷୟକ୍ଷତି ବାବଦକୁ ଓଡ଼ିଶାକୁ ୫୦୦ କୋଟି ଟଙ୍କା

ଭୁବନେଶ୍ୱର,ଏନ୍ଏନ୍ଏସ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାତ୍ୟା ‘ୟାସ’ର କ୍ଷତିପୂରଣ ବାବଦକୁ ଓଡ଼ିଶା ଲାଗି ୫୦୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ବାତ୍ୟାରେ ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଓ ଗୁରୁତର ଆହତଙ୍କ ଲାଗି ୫୦ ହଜାର ଟଙ୍କା ଘୋଷଣା କରାଯାଇଛି। କ୍ଷୟକ୍ଷତି ଆକଳନ ପାଇଁ ପରେ କେନ୍ଦ୍ରୀୟ ଟିମ୍ ଆସିବ। ଏଥିସହିତ ଓଡ଼ିଶା ସମେତ ପ୍ରଭାବିତ ରାଜ୍ୟକୁ ଆନ୍ତଃମନ୍ତ୍ରାଳୟ ଟିମ୍ ଆସିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ବାତ୍ୟା ପାଇଁ ମୋଟ ହଜାରେ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି। ଓଡ଼ିଶା ପାଇଁ ୫୦୦ କୋଟି ଓ ବାକି ୫୦୦ କୋଟି ଟଙ୍କା ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ପାଇଁ ଘୋଷଣା କରାଯାଇଛି।