କନ୍ଦକେଲଗାଁ ରେଲୱେ ଲାଇନ ନିକଟରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଲକ କନ୍ଦକେଲଗା ରେଲୱେ ଲାଇନ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ବଲାଙ୍ଗିର ଜିଆରପି ପୁଲିସ ଉଦ୍ଧାର କରିଛି। ମୃତବ୍ୟକ୍ତିର ପରିଚୟ ମିଳି ନ ଥିବାବେଳେ ସ୍ଥାନୀୟ ଲୋକଙ୍କ କହିବାନୁସାରେ ସେ ଜଣେ ମାନସିକ ବିକୃତ । ତେବେ ବଲାଙ୍ଗିର ଜିଆରପି ପୁଲିସ ଏକ ମାମଲା ରୁଜୁ କରିବା ସହ ଶବକୁ ଜବତ କରି ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି।