ତାଉ’ତେ ମହାରାଷ୍ଟ୍ରରୁ ଗୁଜରାଟ ମୁହାଁ

ମହାରାଷ୍ଟ୍ର: ବାତ୍ୟା ତାଉ’ତେ ପାଖାପାଖି ୧୭୫ ପ୍ରତି ଘଣ୍ଟା ବେଗରେ ମହାରାଷ୍ଟ୍ରରୁ ଗୁଜରାଟ ମୁହାଁ ହେଉଛି। ଆଜି ରାତିରେ ଗୁଜରାଟ ଉପକୂଳ ଛୁଇଁବ ବୋଲି ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ପୋରବନ୍ଦର ଓ ମହୁବା ଦେଇ ରାତି ୮ଟାରୁ ୧୧ଟା ଭିତରେ ଗୁଜରାଟ ଅତିକ୍ରମ କରିବ। ସ୍ଥଳଭାଗ ଛୁଇଁଲା ବେଳକୁ ପବନର ବେଗ ୧୫୫ରୁ ୧୬୫ କିମି ରହିବ। ମଝିରେ ମଝିରେ ପବନର ବେଗ ଘଣ୍ଟାପ୍ରତି ୧୮୫ କିମି ପର୍ଯ୍ୟନ୍ତ ଯିିବ। ରାତିସାରା ପବନ ଲାଗି ରହିବ ଓ କାଲି ସକାଳୁ କ୍ରମେ କମିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ତାଉ’ତେ ବାତ୍ୟାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ପରେ ସୁରତ ଏୟାରପୋର୍ଟକୁ ମଧ୍ୟ ବନ୍ଦ କରିଦିଆଯାଇଛି। ମହାରାଷ୍ଟ୍ରରେ ବାତ୍ୟାର ମୁକାବିଲା କରିବା ପାଇଁ ଏନଡିଆରଏଫର ୩ଟି ଟିମ୍ ସହ ସମଗ୍ର ମହାରାଷ୍ଟ୍ରର ୧୨ଟି ଟିମ୍ ମହଜୁଦ ଅଛନ୍ତି।