ଜଙ୍ଗଲରୁ ଶବ ଉଦ୍ଧାର, ଗାଁ ଶ୍ମଶାନରୁ ଶବ ଜବତ କଲା ପୁଲିସ

ଫିରିଙ୍ଗିଆ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆବ୍ଲକ ନୁଆପଦର ପଞ୍ଚାୟତର ବିଲୁପଦର ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପ୍ରକାଶ ଯେ, ବିଲୁପଦର ଗ୍ରାମର ୫୦ ବର୍ଷିୟ ଜଣେ ବ୍ୟକ୍ତି ଗତ ସୋମବାର ଠାରୁ ନିଖୋଜ ହୋଇଥିଲେ। ଏହାର ତିନିଦିନ ପରେ ଗ୍ରାମନିକଟସ୍ଥ ଜଙ୍ଗଲରୁ ତାଙ୍କର ମୃତଦେହ ମିଳିଥିଲା। ଏହାପରେ ଗ୍ରାମବାସୀ ଓ ପରିବାର ଲୋକେ ତାଙ୍କ ଶବଦାହ ପାଇଁ ଗ୍ରାମ ଶ୍ମସାନକୁ ନେଉଥିବାବେଳେ  ଫିରିଙ୍ଗିଆ ପୁଲିସ୍ ଶ୍ମଶାନରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି। ମୃତବ୍ୟକ୍ତି ଜଣକ ହେଲେ ବିଲୁପଦର ଗ୍ରାମର ଅନାଦି ମାଝୀ (୫୦)।