କୂଅରୁ ଯୁବତୀଙ୍କ ଶବ ଉଦ୍ଧାର, ମୃତ୍ୟୁକୁ ନେଇ ସନ୍ଦେହ

କୁଆଁପାଳ,ଏନ୍ଏନ୍ଏସ୍: ମାହାଙ୍ଗା ଥାନା ରାହାଣିଆ ପଞ୍ଚାୟତ ଅଫିସ ଠାରୁ ମାତ୍ର ୧୦୦ ମିଟର ଦୂରରେ ଥିବା ପ୍ରଭାକର ନାୟକଙ୍କ କୂଅ ଭିତରୁ ସେହି ଗ୍ରାମର ସୁରେନ୍ଦ୍ର ନାୟକଙ୍କ ଝିଅ ଜ୍ୟୋତିପ୍ରିୟା ନାୟକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗତ ବୁଧବାର ରାତିଠାରୁ ଜ୍ୟୋତିପ୍ରିୟା ନିଖୋଜ ଥିଲେ। ହେଲେ ଶୁକ୍ରବାର ସକାଳ ସୁଦ୍ଧା ପରିବାର ପକ୍ଷରୁ ପୁଲିସରେ ଝିଅ ନିଖୋଜ ନେଇ କୌଣସି ଅଭିଯୋଗ ନଦେବା ସାଧାରଣରେ ଚର୍ଚ୍ଚା ହେଉଛି। ଅପରପକ୍ଷରେ ଯୁବତୀଙ୍କ ମା’ଙ୍କ ଗତକିଛି ବର୍ଷତଳେ ଅନୁରୂପ ଭାବରେ ମୃତ୍ୟୁକୁ ନେଇ ହତ୍ୟାମାମଲାରେ ପ୍ରଭାକରଙ୍କୁ ଜେଲ୍ ହୋଇଥିଲା। ଏବେ ଜ୍ୟୋତିପ୍ରିୟଙ୍କ ମୃତ୍ୟୁକୁ ନେଇ ଭିନ୍ନଭିନ୍ନ ଚର୍ଚ୍ଚା ହେଉଛି। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଚର୍ଚ୍ଚା ହେଉଛି।