ମାସ୍କ ଚେକିଂ ବେଳେ ଅମାନିଆଙ୍କ ବୁଲେଟ ଧକ୍କାରେ କନଷ୍ଟେବଳ ଆହତ

ରାୟଗଡ଼,ଏନ୍ଏନ୍ଏସ୍: ରାୟଗଡ଼ସ୍ଥିତ କପିଳାସ ଛକରେ ଆଜି ସକାଳୁ ମାସ୍କ ଚେକିଂ କଡ଼ାକଡି ହୋଇଥିଲା। ଏହି ଯାଞ୍ଚରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା, ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ଅତିରିକ୍ତ ଏସପି, ତହସିଲଦାର ପ୍ରମୁଖ ଯାଞ୍ଚ କରୁଥିଲେ। ଏହି ସମୟରେ ଜଣେ ବୁଲେଟ ଚାଳକକୁ ଅଧିକାରୀମାନେ ଅଟକାଇଥିଲେ। ଯୁବକ ଜଣକ ନ ମାନି ଆଗକୁ ମାଡି ଯିବାରୁ ଦାୟିତ୍ୱରେ ରହିଥବା ଜଣେ ପୁଲିସ କର୍ମଚାରୀ ସାମ୍ନାକୁ ଆସି ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ ଉକ୍ତ ଯୁବକ ଜଣକ ପୁଲିସ କର୍ମଚାରୀଙ୍କୁ ଧକ୍କାଦେଇ ପଳାଇ ଯାଇଥିଲା। ଫଳରେ ପୁଲିସ କର୍ମଚାରୀ ଜଣଙ୍କ ମୁଣ୍ଡରେ ଆଘାତ ଲାଗିବାରୁ ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ବୁଲେଟ ନମ୍ବରକୁ ନେଇ ଯୁବକଙ୍କୁ ଖୋଜା ଚାଲିଛି। ଆହତ କର୍ମଚାରୀଙ୍କ ଚିକିତ୍ସା ଚାଲିଥିବା ବେଳେ ବିପଦ ମୁକ୍ତ ଥିବା ଅତିରିକ୍ତ ଜିଲ୍ଲାପାଳ ଶରତଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି।