ବଲାଙ୍ଗିର ଜିଲ୍ଲାରୁ ୧୩୩ ସଂକ୍ରମିତ

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ତୀବ୍ର ଗତିରେ ବଢିବାରେ ଲାଗିଛି। ଆଜି ଜିଲ୍ଲାରେ ୧୩୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡିଛି। ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ବଲାଙ୍ଗିର ବ୍ଲକରୁ ୯ ଜଣ, ବଲାଙ୍ଗିର ପୌରାଞ୍ଚଳରୁ ୧୩ ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ଜଣେ, ବେଲପଡା ବ୍ଲକରୁ ୨୫ଜଣ, କଣ୍ଟାବାଞ୍ଜି ସହରାଞ୍ଚଳରୁ ୨୨ ଜଣ, ଖପ୍ରାଖୋଲ ବ୍ଲକରୁ ୩ ଜଣ, ଲୋଇସିଂହା ବ୍ଲକରୁ ଜଣେ, ମୁରିବାହାଲ ବ୍ଲକରୁ ୩ ଜଣ, ପାଟଣାଗଡ଼ ବ୍ଲକରୁ ୧୪ ଜଣ, ପାଟଣାଗଡ ସହରାଞ୍ଚଳରୁ ୧୩ଜଣ, ପୁଇଁନ୍ତଳା ବ୍ଲକରୁ ଜଣେ, ସଇଁନ୍ତଳା ବ୍ଲକରୁ ୪ଜଣ , ଟିଟିଲାଗଡ଼ ଗ୍ରାମାଞ୍ଚଳରୁ ୪ଜଣ, ଟିଟିଲାଗଡ ସହରରୁ ୨୦ ଜଣ ଓ ତୁରେକେଲା ବ୍ଲକରୁ ୩ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ସୁଦ୍ଧା ଜିଲ୍ଲାରେ ସମୁଦାୟ ୯୭୩୫ ଜଣ ସଂକ୍ରମିତଙ୍କ ମଧ୍ୟରୁ ୯୦୩୪ ଜଣ ସୁସ୍ଥ ହୋଇଥିବାବେଳେ ୬୫୫ ଜଣ ସକ୍ରିୟ ରହିଛନ୍ତି।