ଟେଷ୍ଟ କ୍ରିକେଟରୁ ସନ୍ୟାସ ଘୋଷଣା କଲେ ୱାର୍ଣ୍ଣର

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ କ୍ରିକେଟ ଟିମର ପୁରୁଖା ଖେଳାଳି ଡେଭିଡ ୱାର୍ଣ୍ଣର ଟେଷ୍ଟ କ୍ରିକେଟରୁ ସନ୍ୟାସ ନେବା ନେଇ ଘୋଷଣା କରିଛନ୍ତି । ଏନେଇ ଆଇସିସିର ଅଫିସିଆଲ ୱେବସାଇଟରେ ସୂଚନା ପ୍ରଦାନ କରାଯାଇଛି । ୱାର୍ଣ୍ଣର ୨୦୨୪ ଜାନୁଆରୀରେ ପାକିସ୍ତାନ ବିରୋଧରେ କ୍ୟାରିୟରର ଶେଷ ଟେଷ୍ଟ ମ୍ୟାଚ ଖେଳିବେ । ଏହାପୂର୍ବରୁ ୱାର୍ଣ୍ଣର ଏସେଜ ସିରିଜ ଓ ଡବ୍ଲ୍ୟୁଟିସି ଫାଇନାଲ ଖେଳିବେ ବୋଲି ଜଣାପଡ଼ିଛି ।