ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାୟୁସେନା ହେଲିକପ୍ଟର ଯୋଗେ ବାହାନଗା ପହଞ୍ଚିଛନ୍ତି । ଏହି ସମୟରେ ମୋଦୀ କ୍ଷତିଗ୍ରସ୍ତ ବଗି ବୁଲି ଦେଖିବା ସହ ସ୍ଥିତିର ଅନୁଧ୍ୟାନ କରିଛନ୍ତି । ମୋଦୀଙ୍କ ସହ ତାଙ୍କ ପ୍ରମୁଖ ସଚିବ ପି କେ ମିଶ୍ର, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଅଛନ୍ତି । ବାହାନଗାରୁ ମୋଦୀ ବାଲେଶ୍ୱର ହସ୍ପିଟାଲ ଯିବେ ବୋଲି ସୂଚନା ମିଳିଛି ।