ବାଲେଶ୍ୱର,ଏନ୍ଏନ୍ଏସ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାହାନଗାରେ ସ୍ଥିତି ସମୀକ୍ଷା କରିବା ପରେ ସିଧାସଳଖ ବାଲେଶ୍ୱର ମେଡିକାଲ ପହଞ୍ଚିଛନ୍ତି । ସେଠାରେ ଆହତମାନଙ୍କ ସହ କଥା ହେବାସହ ସ୍ୱାସ୍ଥ୍ୟବସ୍ଥ୍ୟା ପଚାରି ବୁଝିଛନ୍ତି । ଏହି ସମୟରେ ମୋଦୀଙ୍କ ସହ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଉପସ୍ଥିତ ଥିଲେ ।