ଜମି ବିବାଦକୁ ନେଇ ହତ୍ୟାକାଣ୍ଡ : ୭ ଗିରଫ

ମାଲକାନଗିରି, କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ସୀମାନ୍ତ ମୋଟୁ ଥାନା କୋଇକୋଣ୍ଡା ଗ୍ରାମରେ ସୋମବାର ଜମି ବିବାଦକୁ ନେଇ ହୋଇଥିବା ହତ୍ୟାକାଣ୍ଡରେ ଆଜି ୭ ଜଣକୁ ପୁଲିସ ଗିରଫକରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ସାଲବମ୍ ଦୁଲା, ସାରାମି ବଦ୍ରା , ସଲବାମ୍ ମୁତା, ସଲବାମ୍ ନାରାୟା , ସରିୟାମୀ ଦେଶା, ସରିୟମ୍ କାମ ଏବଂ ସରିୟମ୍ ଗଙ୍ଗା । ଏମାନେ ସମସ୍ତେ କୋଇକୁଣ୍ଡା ଗ୍ରାମର ବୋଲି ଜଣାପଡ଼ିଛି।