ଅକ୍ଟୋବରରେ ଲଞ୍ଚ୍ ହେବ ଡାଟସନ୍ ଗୋ ଓ ଗୋ ପ୍ଲସ୍

ନୂଆଦିଲ୍ଲୀ: ଆସନ୍ତା ମାସ ଅର୍ଥାତ୍ ଅକ୍ଟୋବରରେ ଡାଟସନ୍ ଇଣ୍ଡିଆ ତରଫରୁ ଗୋ ଏବଂ ଗୋ ପ୍ଲସ୍ ମଡେଲ୍୍ ର ଅଟୋମେଟିକ୍ ଭ୍ୟାରିଆଣ୍ଟ ଲଞ୍ଚ୍ କରାଯିବ। ସୂଚନା ମୁତାବକ, ଡାଟ୍ସନ୍ ଭାରତରେ ଗୋ ଏବଂ ଗୋ ପ୍ଲସ୍ ବ୍ୟତୀତ ଏଣ୍ଟ୍ରିଲେବଲ୍ ହ୍ୟାଚବ୍ୟାକ୍ ରେଡି-ଗୋ ଭଳି ମଡେଲ୍ଗୁଡ଼ିକୁ ବଜାର ପ୍ରବେଶ କରାଇପାରେ।

ଏହି ଦୁଇଟି କାରକୁ ଗତବର୍ଷ ଅପଡେଟ୍ କରାଯାଇଥିଲା, ଯେଉଁଥିରେ ଅଳ୍ପ କିଛି ପରିବର୍ତ୍ତନ କରାଯାଇଛି। ଏଥିରେ ଅଧିକ ଉନ୍ନତ ବମ୍ପର ଓ ନୂଆ ଏଲଇଡି ଡେଟାଇମ୍ ରନିଙ୍ଗ୍ ଲାମ୍ପ୍ ସାମିଲ ରହିଥିବାବେଳେ ଗ୍ରିଲ୍ ପାଟର୍ଣ୍ଣକୁ ମଧ୍ୟ ସଂଶୋଧନ କରାଯାଇଛି। ଏହାବ୍ୟତୀତ ଟର୍ଣ୍ଣ ଇଣ୍ଡିକେଟର୍ ସହିତ ବାହ୍ୟ ଦର୍ପଣ ଏବଂ ରିୟର୍ ୱାଇପରକୁ ମଧ୍ୟ ସାମିଲ କରାଯାଇଛି। ଉଭୟ ଗୋ ଓ ଗୋ ପ୍ଲସ୍ ମଡେଲ୍ରେ ଆନାଲଗ୍ ଟେକୋମିଟର ଏବଂ ୭ ଇଞ୍ଚର ଟଚ୍ ସ୍କ୍ରିନ୍ ଇନଫୋଟେନମେଣ୍ଟ ସମେତ ଆଣ୍ଡ୍ରଏଡ୍ ଅଟୋ ଏବଂ ଆପଲ୍ କାର୍ ପ୍ଲେ’ର କନେକ୍ଟିଭିଟି ମିଳିବ।