Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଟେକ୍ସାସ୍ ସମାବେଶରେ ଏକାଠି ହେବେ ମୋଦୀ-ଟ୍ରମ୍ପ! – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଟେକ୍ସାସ୍ ସମାବେଶରେ ଏକାଠି ହେବେ ମୋଦୀ-ଟ୍ରମ୍ପ!

ନୂଆଦିଲ୍ଲୀ: ହୋଷ୍ଟନରେ ରହୁଥିବା ଆମେରିକା ଭାରତୀୟଙ୍କ ମିଳିତ ପ୍ରୟାସରେ ଅନୁଷ୍ଠିତ ହେବାକୁ ଥିବା ଏକ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବାର ସମ୍ଭାବନା ଅଛି। ସେପ୍ଟେମ୍ବର ୨୨ରେ ଟେକ୍ସାସ୍ ର ହୋଷ୍ଟନ ସମାବେଶରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଯୋଗ ଦେଇପାରନ୍ତି। ଟ୍ରମ୍ପଙ୍କ ଯୋଗଦାନ ସମ୍ପର୍କରେ ହ୍ୱାଇଟ୍ ହାଉସ୍ ସ୍ପଷ୍ଟ ସୂଚନାକୁ ଅପେକ୍ଷା କରାଯାଇଛି। ଭାରତ-ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟ ମନାନ୍ତରକୁ ହାଲୁକା କରିବା ନିମିତ୍ତ ଗୋଟିଏ ମଞ୍ଚରେ ମୋଦୀ-ଟ୍ରମ୍ପଙ୍କ ଭେଟ ଉପରେ ଉଭୟ ଦେଶର ବ୍ୟବସାୟୀ, ଶିଳ୍ପପତି ଓ ନିବେଶକମାନେ ଦୃଷ୍ଟି ଦେଇଛନ୍ତି।

ଭାରତ-ଆମେରିକା ମଧ୍ୟରେ ହୋଇଥିବା ବାଣିଜ୍ୟ ରାଜିନାମାର ଅବଧି ଗତ ଜୁନରୁ ଶେଷ ହୋଇସାରିଛି। ଆମେରିକାର ପସନ୍ଦଯୋଗ୍ୟ ବାଣିଜ୍ୟ ରାଷ୍ଟ୍ର ତାଲିକାରୁ ବାଦ ପଡ଼ିବା ପରେ ଭାରତୀୟ ଦ୍ରବ୍ୟ ଉପରେ ଆମେରିକା ଚଢ଼ା ପରିମାଣର ବହିଃଶୁଳ୍କ ଲାଗୁ କରିଛି। ଫଳରେ ଭାରତରେ ଉତ୍ପାଦିତ କମ୍ପାନୀ ସାମଗ୍ରୀର ଆମେରିକା ରପ୍ତାନି ବାଧାପ୍ରାପ୍ତ ହୋଇଛି। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଘଟଣାରେ ବହୁ ଆମେରିକା ସାଂସଦ କ୍ଷୋଭ ପ୍ରକାଶ କରିବା ଫଳରେ ଭାରତ-ଆମେରିକା ବାଣିଜ୍ୟ ସମ୍ପର୍କ ପ୍ରଭାବିତ ହୋଇଛି।

ଆମେରିକାରେ ବାସ କରୁଥିବା ୫୦ ହଜାର ପ୍ରବାସୀ ଭାରତୀୟଙ୍କ ଭୋଟ ପାଇବା ଆଶାରେ ରାଷ୍ଟ୍ରପତି ଟ୍ରମ୍ପ ଉକ୍ତ ସମାବେଶରେ ଯୋଗ ଦେଇପାରନ୍ତି। ସେପ୍ଟେମ୍ବର ୨୨ରେ ହୋଷ୍ଟନର ‘ହାଓଡି ମୋଦୀ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଯୋଗଦେବେ। ମୋଦୀଙ୍କ ଆମେରିକା ଗସ୍ତ ଅବସରରେ ଦୁଇନେତା ୱାଶିଂଟନ୍ ଡିସି ନଚେତ ନ୍ୟୁୟର୍କ ସିଟିରେ ଏକତ୍ର ଆଲୋଚନା କରିବାର ସମ୍ଭାବନା ଅଛି। ଏଥିପାଇଁ ଦୁଇଦେଶର ବୈଦେଶିକ ବିଭାଗ ମଧ୍ୟରେ ମତ ବିନିମୟ ଚାଲିଛି।

ପ୍ରଧାନମନ୍ତ୍ରୀ ମୋଦୀ ସେପ୍ଟେମ୍ବର ୨୮ ପର୍ଯ୍ୟନ୍ତ ଯୁକ୍ତରାଷ୍ଟ୍ର ଆମେରିକାରେ ରହିବେ। ସେପ୍ଟେମ୍ବର ୨୭ରେ ପ୍ରଧାନମନ୍ତ୍ରୀ ମୋଦୀ ମିଳିତ ଜାତିସଂଘର ସାଧାରଣ ପରିଷଦ ବୈଠକରେ ଯୋଗଦେଇ ଅଭିଭାଷଣ ପ୍ରଦାନ କରିବେ। ଉକ୍ତ ବୈଠକରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ ଅଭିଭାଷଣ ପ୍ରଦାନ କରିବେ।

ଅଗଷ୍ଟ ୨୬ରେ ଫ୍ରାନ୍ସରେ ଆୟୋଜିତ ଜି-୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଓ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପରସ୍ପରକୁ ଭେଟି ଜମ୍ମୁ-କଶ୍ମୀର ଓ ବାଣିଜ୍ୟ ପ୍ରସଙ୍ଗରେ ବହୁ ଆଲୋଚନା କରିଥିଲେ। ଉକ୍ତ ଆଲୋଚନା ସମୟରେ କଶ୍ମୀର ପରିସ୍ଥିତି ଜଟିଳ ଆଡ଼କୁ ଗତି କରୁଛି କହି ଭାରତର ଅନୁମତି କ୍ରମେ ରାଷ୍ଟ୍ରପତି ଟ୍ରମ୍ପ ମଧ୍ୟସ୍ଥତା ପାଇଁ ଅଭିଳାଷ ବ୍ୟକ୍ତ କରିଥିଲେ। ଅନ୍ୟପକ୍ଷରେ ଜମ୍ମୁ-କଶ୍ମୀର ପ୍ରସଙ୍ଗକୁ ଭାରତ-ପାକିସ୍ତାନର ଦ୍ୱିପାକ୍ଷିକ ମାମଲା କହି ୱାଶିଂଟନ୍ ସୌଜନ୍ୟତା ରକ୍ଷା କରିଆସୁଛି।