ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ୍ ଘୁନସର ଗାଁ’ରେ ‘ସହଯୋଗ’ କମିଟିର ସଦସ୍ୟ ମାନଙ୍କ ଉପସ୍ଥିତିରେ ଯୁବ ନେତା ରବି ଚନ୍ଦ୍ର ନାଏକ ଙ୍କ ନେତୃତ୍ୱରେ ଉତ୍କଳ ଦିବସ ଅବସରରେ ଏକ ନୃତ୍ୟ ପରିବେଷଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍ୱାଗତ କୁମାର ନାଏକ ମଞ୍ଚକୁ ପରିଚାଳନା କରିଥିବାବେଳେ ବେଳେ ବଲାଙ୍ଗିର କିଲର ବଏଜ୍ ଗ୍ରୁପ୍ର ମିନକେତନ, ଲିନୁ, ଆସ୍ମି, ତ୍ରିସା, ଆଦ୍ୟନ୍ସି, ପାଖି, ପ୍ରଭାସ, ପ୍ରତୀକ, ଆରୀୟଣ, ତପନ ପ୍ରମୁଖ ନୃତ୍ୟ ପରିବେଷଣ କରିଥିଲେ। କରୋନା ମାହାମାରୀ ଯୋଗୁଁ ଦୀର୍ଘ ବର୍ଷ ପରେ ଏଭଳି ଏକ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଲୋକଙ୍କ ପାଇଁ ବେଶ ଆକୃଷ୍ଟ କରିଥିଲା କିଲର ବଏଜ୍ ଗ୍ରୁପ୍ର ଡ୍ୟାନ୍ସ।
ମୁଖ୍ୟ ଅତିଥି ଭାବେ ନବ ନିର୍ବାଚିତ ଘୁନସର ନାଏବ ସରପଞ୍ଚ ଦେବରାଜ ପଧାନ, ସାମ୍ବାଦିକ ଅଜିତ କୁମାର ସାହୁ, ବିପିନ ସାହୁ, ନେପାଳ ସାହୁ, ବିନୋଦ ରଣା ସମେତ ସହଯୋଗ ସଦସ୍ୟ ମାନେ ଉପସ୍ଥିତ ଥିଲେ। ଶେଷରେ ସହଯୋଗର ସମ୍ପାଦକ ପ୍ରେମାକାନ୍ତ ବାଗ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।