ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ନିଆରା ସଚେତନତା

ଆଳି,ଏନ୍ଏନ୍ଏସ୍: କରୋନା ମହାମାରୀରେ ଓଡିଶାରୁ ୨୦ ଜଣ ସଂକ୍ରମିତ ହେଇଥିବା ଜଣାପଡିବା ପରେ ସମଗ୍ର ଓଡ଼ିଶାରେ ଆତଙ୍କ ଖେଳିଯାଇଛି। ରାଜଧାନୀ ଭୁବନେଶ୍ୱର, କଟକ, ଭଦ୍ରକ, ଯାଜପୁର ଅଞ୍ଚଳରେ ଏହି ରୋଗୀ ଚିହ୍ନଟ ହେବା ପରେ କୋକୁଆଭୟ ସୃଷ୍ଟି ହୋଇଛି।

ଆଳି ବ୍ଲକ ପ୍ରଶାସନ ଓ ପୁଲିସ ପ୍ରଶାସନ ସାଧାରଣ ଲୋକମାନଙ୍କୁ ଯେତେ ସଚେତନ କରିଲେ ମଧ୍ୟ ସେମାନେ ସଚେତନ ହେଉନଥିବା ଦେଖିବାକୁ ମିଳୁଛି। ଏହି ସମୟରେ ଆଳି ନୂଆବଜାର ଠାରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କକୁ ବିଭିନ କାର୍ଯ୍ୟ ନେଇ ଆସୁଥିବା ଗ୍ରାହକ ମାନଙ୍କୁ ସଚେତନ କରିବା ନିମନ୍ତେ ଷ୍ଟେଟବ୍ୟାଙ୍କ ପକ୍ଷରୁ ସଚେତନତା କରାଯାଇଛି।

ବ୍ୟାଙ୍କ ପ୍ରବେଶ ପଥରେ ଚେୟାର ପକାଇ ଗ୍ରାହକମାନଙ୍କ ବସିବାର ବ୍ୟବସ୍ଥା କରିବା ସହିତ ହ୍ୟାଣ୍ଡୱାସ, ସାନିଟାଇଜରରେ ହାତ ସଫା କରି ଦୁଇ ଜଣ ଲେଖାଁ ଗ୍ରାହକଙ୍କୁ ଭିତରକୁ ଛାଡ଼ୁଛନ୍ତି। ବ୍ୟାଙ୍କ ବାହାରେ ଓ ଭିତରେ ସାମାଜିକ ଦୂରତ୍ୱ ନିମନ୍ତେ ଗୁଳା ବୁଲା ଯାଇଥିବା ବ୍ୟାଙ୍କ ମ୍ୟାନେଜର ଗୌତମ ଚରଣ ପ୍ରଧାନ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକୁ ଗ୍ରାହକ ଓ ସାଧାରଣ ଲୋକମାନେ ପ୍ରଶଂସା କରିଛନ୍ତି।