ମାହାଙ୍ଗାରେ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଙ୍କୁ ସମ୍ବର୍ଦ୍ଧନା

କୁଆଁପାଳ,ଏନ୍ଏନ୍ଏସ୍: ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ସର୍ବୋଚ୍ଚ ନମ୍ବର ରଖି କୃତୀତ୍ୱ ହାସ କରିଥିବା କୁଣ୍ଡି ପଞ୍ଚାୟତ ହାଇସ୍କୁଲର ଛାତ୍ର ଆକାଶ ସାହୁଙ୍କୁ ଗତକାଲି ପୂର୍ବତନ ଅତିରିକ୍ତ ଶାସନ ସଚିବ ତଥା ଓଟିଭିର ନିର୍ଦ୍ଦେଶକ ଜୟନ୍ତ କୁମାର ଦାସ ଭେଟି ସମ୍ବର୍ଦ୍ଧିତ କରିଥିଲେ। ଆକାଶ କୁମାର ସାହୁ ଚଳିତ ମାଟ୍ରିକ ପରୀକ୍ଷାରରେ ମୋଟ ୬୦୦ ନମ୍ବରରୁ ୫୬୮ ନମ୍ବର ରଖିଥିଲେ। ଯାହାକି ଶତକଡ଼ା ୯୪% ରୁ ଅଧିକ।

ଶ୍ରୀ ଦାସଙ୍କ ସହିତ ଓଡ଼ିଶା ସାହିତ୍ୟ ଏକାଡ଼େମୀର ପୂର୍ବତନ ସଭ୍ୟ କବି ବିଶେଶ୍ୱର ମହାନ୍ତି ଉପସ୍ଥିତ ରହିଥିଲେ। ଏହି ଅବସରରେ ଶ୍ରୀ ଦାସ, ସର୍ବୋଚ୍ଚ ନମ୍ବର ରଖିଥିବା ଆକାଶ ସାହୁଙ୍କୁ ଉତ୍ସାହିତ କରିବା ସହ ଭବିଷ୍ୟତରେ ଜଣେ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ।