ସିଲିଣ୍ଡର ଫାଟି ୨୦ରୁ ଅଧିକ ଆହତ

ମୁମ୍ୱାଇ,ଏଜେନ୍ସି: ରୋଷେଇ ସିଲିଣ୍ଡର ବିସ୍ପୋରଣ କରିବାରୁ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମହାରାଷ୍ଟ୍ର ଲାଲବାଗରେ ଆଜି ସକାଳ ୮ ଟାରେ ଏହି ଅଭାବନୀୟ ଘଟଣା ଘଟିଛି। ଘଟଣାସ୍ଥଳରେ ଦୁଇଟି ଦମକଳ ଗାଡ଼ି ଓ ଗୋଟିଏ ବଡ଼ ଟ୍ୟାଙ୍କର ପହଞ୍ଚି ନିଆଁ ଲିଭାଇଥିଲେ। ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣକୁ ଆସିଛି।

ଗ୍ୟାସ ଲିକ ହୋଇ ବିସ୍ଫୋରଣ ହୋଇଥିବା ସନ୍ଦେହ ହେଉଛି। ଏହାପରେ ଆଜି ସକାଳେ ସ୍ଥାନୀୟ ଲୋକମାନେ ଏକାଠି ହୋଇ କେଉଁଠୁ ଗ୍ୟାସ ଲିକ୍ ହେଉଛି ବୋଲି ଚର୍ଚ୍ଚା କରୁଥିବା ବେଳେ ହଠାତ୍ ସିଲିଣ୍ଡରଟି ବିସ୍ଫୋରଣ କରିଥିଲା। ଯେଉଁଥିରେ ପ୍ରଥମେ ୧୩ ଜଣ ପରେ ୨୦ରୁ ଅଧିକ ଆହତ ହୋଇଥିବା ସୂଚନା ରହିଛି।