ଭୁବନେଶ୍ୱରରେ ଆଉ ୩୧ କୋଭିଡ ପଜିଟିଭ, ୪୦ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ରାଜଧାନୀରେ ଆଜି କରୋନାରେ ୩୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ତରଫରୁ ସୂଚନା ଦିଆଯାଇଛି। ଏହି କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୨୫ ଜଣ ସ୍ଥାନୀୟ ଅଞ୍ଚଳର ଓ ୬ ଜଣ ସଂଗରୋଧ କେନ୍ଦ୍ରର ବୋଲି ଜଣାପଡ଼ିଛି। ଏଥିସହିତ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦ ହଜାର ୯୨୬ରେ ପହଞ୍ଚିଛି।

ଅନ୍ୟପଟେ ଭୁବନେଶ୍ୱରରୁ ଆଉ ୪୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ମୋଟ ଆରୋଗ୍ୟ ସଂଖ୍ୟା ୩୦ ହଜାର ୩୧୪ରେ ପହଞ୍ଚିଛି। ଏଥିସହିତ ୨୨୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇସାରିଛି ଓ ୩୬୬ ଜଣ ଚିକିତ୍ସାଧୀନ ରହିଛନ୍ତି।