ସହିଦ ସପ୍ତାହରେ ମାଓବାଦୀଙ୍କୁ ବଡ଼ ଝଟକା

ମାଲକାନଗିରି,ଏନ୍ଏନ୍ଏସ୍: ସହିଦ ସପ୍ତାହରେ ମାଓବାଦୀଙ୍କୁ ବଡ଼ ଝଟକା ଲାଗିଛି। ଦୀର୍ଘ ଦିନ ଧରି ମାଓ କାର୍ଯ୍ୟକଳାପରେ ସାମିଲ ଥିବା ୧୨ ଜଣ ମାଓବାଦୀ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଚିନ୍ତାପଲ୍ଲୀ ପୁଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି। ସମସ୍ତ ମାଓବାଦୀଙ୍କ ଘର ଜି. କେ. ବିଧି ପଞ୍ଚାୟତର ପଣାସଲବଣ୍ଡା, ଆକୁଲୁରୁ, ରାମଗଡ଼ ଓ ପାତ୍ରୁନିଗୁଣ୍ଟାରେ ଅତିରିକ୍ତ ପୁଲିସ କମିସନର ବିଦ୍ୟାସାଗର ସମସ୍ତଙ୍କୁ ପୁଷ୍ପଗୁଛ ଦେଇ ଅଭିନନ୍ଦନ ଜଣାଇଥିଲେ।

ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀ ଆନ୍ଧ୍ରପ୍ରଦେଶ ଓ ଓଡିଶା ସୀମାନ୍ତରେ ସକ୍ରିୟ ଥିବା ଗାଲିକୋଣ୍ଡା ମାଓ ଦଳର ସଦସ୍ୟ, ଏମାନେ ମାଓ ଦଳରେ ଗୋଷ୍ଠୀ କନ୍ଦଳ ଓ ପୁଲିସ ଦ୍ୱାରା ପ୍ରାଣହାନି ଘଟିବା ଭୟରେ ଆତ୍ମସମର୍ପଣ କରିଥିବା କହିଛନ୍ତି। ମାଓବାଦୀଙ୍କୁ ସମସ୍ତ ସରକାରୀ ସହାୟତା ପ୍ରଦାନ କରାଯିବା ସହ ପୁଲିସ ଶିକ୍ଷାନୁଷ୍ଠାନ ଦ୍ୱାରା ଶିକ୍ଷା ପ୍ରଦାନ କରାଯିବ ବୋଲି କୁହାଯାଇଛି।