ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ କୁଇକେଡ଼ା ପଞ୍ଚାୟତର ରେଙ୍ଗାଳି ଉଚ୍ଚ ବିଦ୍ୟାଳୟରେ ଦୁର୍ନିତି ନିବାରଣ ସଚେତନତା ସପ୍ତାହ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷକ କୁଳମଣୀ ଯୋଶୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍କୁଲର ପୁରାତନ ଛାତ୍ର ସାମୁଏଲ ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଦୁର୍ନିତୀ ବିଷୟରେ ସଚେତନତା କରିବା ସହିତ ଭବିଷ୍ୟତରେ କୌଣସି ପ୍ରକାରରେ ଦୁର୍ନିତିରେ ସାମିଲ ନହେବା କିମ୍ବା ଦୁର୍ନିତୀ ଗ୍ରସ୍ତ ବ୍ୟକ୍ତିଙ୍କୁ ସହଯୋଗ ନକରିବା ପାଇଁ ପାଇଁ ଶପଥ କରାଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ପ୍ରଫୁଲ୍ଲ ସାହୁ, ଶରତ ରାଉତ, କୌତୁକ ପଟେଲ, ତିରେନ୍ଦ୍ର ପଧାନ, ରାଧା ଗୋବିନ୍ଦ ନାଏକ, ସତ୍ୟବାସ ପଟେଲ, ଦିଲ୍ଲୀପ ରଣା, ଶରତ ପାଣିଗ୍ରାହୀ, ବିରଞ୍ଚି ପଟେଲ୍ ଓ ଜଗତ ପଟେଲ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସେହିପରି ଡେଙ୍ଗ ପଞ୍ଚାୟତରେ ମଧ୍ୟ ଦୁର୍ନିତୀ ନିବାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ସରପଞ୍ଚ ଇତିଶ୍ରୀ ସାହୁ, ଏମବିକେ ସୂର୍ଯ୍ୟକାନ୍ତି କୁମ୍ଭାର, ବେଙ୍କ ମିତ୍ର ନିଶାରାଣୀ ବିଭାର ଓ ସିଆର୍ପିସିଏମ୍ ପିସ୍କିଲା ବାଗ ପ୍ରମୁଖ ଉପସ୍ଥିତ ରହି ପାଳିତ କରିଥିଲେ।