ଲୌହ ମାନବଙ୍କ ଜନ୍ମ ଜୟନ୍ତୀ ଭୁଲିଗଲା ପାଟଣାଗଡ଼ ଏନଏସି ପ୍ରଶାସନ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ସମଗ୍ର ବିଶ୍ୱରେ ଆଜି ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଉଛି । ଏହି ଅବସରରେ ପାଟଣାଗଡ଼ ପ୍ରଶାସନ ତରଫରୁ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ବିଭିନ୍ନ ସ୍କୁଲରେ ଜୟନ୍ତୀ ପାଳନ କରାଯାଇଥିବା ବେଳେ ଏନଏସି ପ୍ରଶାସନ ଭୁଲି ଯାଇଛି । ପାଟଣାଗଡ଼ ଏନଏସି ପକ୍ଷରୁ ଏହି ଦିବସ ପାଳନ କରିବା ତ ଦୂରର କଥା ସର୍ଦ୍ଦାର ବଲ୍ଲଭ ଭାଇ ପେଟଲଙ୍କ ମୂର୍ତ୍ତି ମଧ୍ୟ ସଫା କରାଯାଇ ନାହିଁ । ଆଜିର ଦିନରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ସମ୍ମାନ ଦେଇନଥିବାରୁ ପାଟଣାଗଡ଼ର ବିଭିନ୍ନ ସଂଗଠନ ଓ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି । ଗତ ବର୍ଷ ମଧ୍ୟ ଏନଏସି ପ୍ରଶାସନ ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ପାଳନ କରିନଥିଲା ।