ସଶକ୍ତ ଓଡ଼ିଶା ସାଥୀ ଶିବିରରେ ଜନଜାତି ସଂସ୍କୃତିର ଅପୂର୍ବ ଝଲକ

ମୁନିଗୁଡ଼ା,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାସ୍ଥିତ ଗୌଡ଼ସାହି ଯାତ୍ରା ପଡ଼ିଆରେ ଓଡ଼ିଶା ସରକାରଙ୍କ ସୌଜନ୍ୟରେ ଓ ମୁନିଗୁଡ଼ା ପଞ୍ଚାୟତ ସମିତି ପକ୍ଷରୁ ସଶକ୍ତ ଓଡ଼ିଶା ସାଥୀ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁନିଗୁଡ଼ା ବିଡ଼ିଓ ପ୍ରିତମ କୁମାର ତନ୍ତୀଙ୍କ ସଭାପତିତ୍ୱ ଓ ଅନୁସୂଚିତ ଜାତି, ଜନଜାତି ଉନ୍ନୟନ ଗୋଷ୍ଠୀ କଲ୍ୟାଣ ଅଧିକାରୀ କୃଷ୍ଣଚନ୍ଦ୍ର ବେହେରାଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସମନ୍ୱିତ ଆଦିବାସୀ ଉନ୍ନୟନ ପ୍ରକଳ୍ପ ପ୍ରଶାସକଗୁଣୁପୁର ଶାନ୍ତିପ୍ରଭା ପ୍ରଧାନ ଯୋଗ ଦେଇଥିଲେ । ସମ୍ମାନିତ ଅତିଥିଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଦୁଃଖିନୀ ନୁଣ୍ଡ୍ରୁକା, ରାଜ୍ୟ ସମବାୟ ବ୍ୟାଙ୍କ୍ ନିର୍ଦ୍ଦେଶକ ଜଗନ୍ନାଥ ନୁଣ୍ଡ୍ରୁକା, ସହକାରୀ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରଦୀପ୍ତ କୁମାର ଦଳେଇ, ଜନଜାତି ଉନ୍ନୟନ ପରିଷଦ ସଦସ୍ୟ ଭରତ ଭୋଇ ଓ ତିରୁପତି କିଲକା ପ୍ରମୁଖ ଉପସ୍ଥିତ ଥିଲେ । ପଞ୍ଚାୟତ ସମିତି ତରଫରୁ ସମସ୍ତ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଓ ଅଙ୍ଗବସ୍ତ୍ର ଦେଇ ସମ୍ମାନିତ କରାଯାଇଥିଲା । ପରେ ଜନଜାତି ସଂସ୍କୃତି, ସଭ୍ୟତା ଓ ପରମ୍ପରାକୁ ନେଇ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ବିଭିନ୍ନ ପଞ୍ଚାୟତର କଳାକାର ଓ ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥିଭାବେ ସମାଜସେବୀ ରତନଲାଲ ଜୈନ, ପୂର୍ଣ୍ଣଚନ୍ଦ୍ର ଗୌଡ଼, ବୃନ୍ଦାବନ ପାଢ଼ୀ, ସମସ୍ତ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ୱାର୍ଡ ମେମ୍ବର, ପିଇଓ, ଜିଆରଏସ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହ କଳାକାରଙ୍କୁ ଉତ୍ସାହିତ କରିଥିଲେ । ପରେ ପରଦା ମାଧ୍ୟମରେ ଜନଜାତି ସଂସ୍କୃତି ଓ ସମ୍ପ୍ରଦାୟର ଉନ୍ନୟନ କ୍ଷେତ୍ରରେ ସରକାର କରିଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନାକୁ ପ୍ରଦର୍ଶନ କରାଯାଇଥିଲା । ଅତିଥିମାନେ ଉପସ୍ଥିତ ସମସ୍ତ ଗଣମାଧ୍ୟମ ପ୍ରତିନିଧି, ସମାଜସେବୀ ଓ ଜନଜାତି ସମ୍ପ୍ରଦାୟର ଗ୍ରାମ ମୁଖିଆ ଏବଂ ସମ୍ମାନୀୟ ବ୍ୟକ୍ତିଙ୍କୁ ପୁଷ୍ପଗୁଚ୍ଛ, ପ୍ରମାଣ ପତ୍ର, ଅଙ୍ଗବସ୍ତ୍ର ଓ ଫଳକ ଦେଇ ସମ୍ମାନିତ କରିଥିଲେ । ବିଡ଼ିଓ ଶ୍ରୀ ତନ୍ତୀ, ଶିବପଦର ପଞ୍ଚାୟତ ସରପଞ୍ଚ ସୁବାସ କରସିକା, ପାତ୍ରଗୁଡ଼ା ସରପଞ୍ଚ ଅନନ୍ତ ନୁଣ୍ଡ୍ରୁକା, ସମିତି ସଭ୍ୟ ଶକୁନ୍ତଳା ନୁନ୍ଦ୍ରୁକା, ଜନଜାତି ଉନ୍ନୟନ ସଦସ୍ୟ ଭାରତ ଭୋଇ ଜନଜାତି ସଂସ୍କୃତି ଓ ପରମ୍ପରା ଉପରେ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ମଞ୍ଚ ସଂଯୋଜନା ଅଜିତ ନାଗ ଓ କମଳାକାନ୍ତ ଖୁଣ୍ଟିଆ କରିଥିବାବେଳେ ଏମ୍ବିକେ ପୁଷ୍ପାବତି୍ୱନାଲା, ପୁଷ୍ପାଞ୍ଜଳି ପାଣିଗ୍ରାହୀ, ସିଆରସି ବିଷ୍ଣୁପ୍ରିୟା ସାହୁକାର, ସମସ୍ତ ଏମ୍ବିକେ, ସିଆରପି, ଅଙ୍ଗନବାଡି, ଆଶାକର୍ମୀ ସହିତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସୁନିଲ ଯାଦବ,କୈଳାଶ ପାତ୍ର, ସମସ୍ତ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଗୋଷ୍ଠୀ ଜନଜାତି ଉନ୍ନୟନ ଅଧିକାରୀ କୃଷ୍ଣଚନ୍ଦ୍ର ବେହେରା ଧନ୍ୟବାଦ୍ ଦେଇଥିଲେ ।