Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ସଶକ୍ତ ଓଡ଼ିଶା ସାଥୀ ଶିବିରରେ ଜନଜାତି ସଂସ୍କୃତିର ଅପୂର୍ବ ଝଲକ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ସଶକ୍ତ ଓଡ଼ିଶା ସାଥୀ ଶିବିରରେ ଜନଜାତି ସଂସ୍କୃତିର ଅପୂର୍ବ ଝଲକ

ମୁନିଗୁଡ଼ା,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାସ୍ଥିତ ଗୌଡ଼ସାହି ଯାତ୍ରା ପଡ଼ିଆରେ ଓଡ଼ିଶା ସରକାରଙ୍କ ସୌଜନ୍ୟରେ ଓ ମୁନିଗୁଡ଼ା ପଞ୍ଚାୟତ ସମିତି ପକ୍ଷରୁ ସଶକ୍ତ ଓଡ଼ିଶା ସାଥୀ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁନିଗୁଡ଼ା ବିଡ଼ିଓ ପ୍ରିତମ କୁମାର ତନ୍ତୀଙ୍କ ସଭାପତିତ୍ୱ ଓ ଅନୁସୂଚିତ ଜାତି, ଜନଜାତି ଉନ୍ନୟନ ଗୋଷ୍ଠୀ କଲ୍ୟାଣ ଅଧିକାରୀ କୃଷ୍ଣଚନ୍ଦ୍ର ବେହେରାଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସମନ୍ୱିତ ଆଦିବାସୀ ଉନ୍ନୟନ ପ୍ରକଳ୍ପ ପ୍ରଶାସକଗୁଣୁପୁର ଶାନ୍ତିପ୍ରଭା ପ୍ରଧାନ ଯୋଗ ଦେଇଥିଲେ । ସମ୍ମାନିତ ଅତିଥିଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଦୁଃଖିନୀ ନୁଣ୍ଡ୍ରୁକା, ରାଜ୍ୟ ସମବାୟ ବ୍ୟାଙ୍କ୍ ନିର୍ଦ୍ଦେଶକ ଜଗନ୍ନାଥ ନୁଣ୍ଡ୍ରୁକା, ସହକାରୀ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରଦୀପ୍ତ କୁମାର ଦଳେଇ, ଜନଜାତି ଉନ୍ନୟନ ପରିଷଦ ସଦସ୍ୟ ଭରତ ଭୋଇ ଓ ତିରୁପତି କିଲକା ପ୍ରମୁଖ ଉପସ୍ଥିତ ଥିଲେ । ପଞ୍ଚାୟତ ସମିତି ତରଫରୁ ସମସ୍ତ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଓ ଅଙ୍ଗବସ୍ତ୍ର ଦେଇ ସମ୍ମାନିତ କରାଯାଇଥିଲା । ପରେ ଜନଜାତି ସଂସ୍କୃତି, ସଭ୍ୟତା ଓ ପରମ୍ପରାକୁ ନେଇ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ବିଭିନ୍ନ ପଞ୍ଚାୟତର କଳାକାର ଓ ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥିଭାବେ ସମାଜସେବୀ ରତନଲାଲ ଜୈନ, ପୂର୍ଣ୍ଣଚନ୍ଦ୍ର ଗୌଡ଼, ବୃନ୍ଦାବନ ପାଢ଼ୀ, ସମସ୍ତ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ୱାର୍ଡ ମେମ୍ବର, ପିଇଓ, ଜିଆରଏସ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହ କଳାକାରଙ୍କୁ ଉତ୍ସାହିତ କରିଥିଲେ । ପରେ ପରଦା ମାଧ୍ୟମରେ ଜନଜାତି ସଂସ୍କୃତି ଓ ସମ୍ପ୍ରଦାୟର ଉନ୍ନୟନ କ୍ଷେତ୍ରରେ ସରକାର କରିଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନାକୁ ପ୍ରଦର୍ଶନ କରାଯାଇଥିଲା । ଅତିଥିମାନେ ଉପସ୍ଥିତ ସମସ୍ତ ଗଣମାଧ୍ୟମ ପ୍ରତିନିଧି, ସମାଜସେବୀ ଓ ଜନଜାତି ସମ୍ପ୍ରଦାୟର ଗ୍ରାମ ମୁଖିଆ ଏବଂ ସମ୍ମାନୀୟ ବ୍ୟକ୍ତିଙ୍କୁ ପୁଷ୍ପଗୁଚ୍ଛ, ପ୍ରମାଣ ପତ୍ର, ଅଙ୍ଗବସ୍ତ୍ର ଓ ଫଳକ ଦେଇ ସମ୍ମାନିତ କରିଥିଲେ । ବିଡ଼ିଓ ଶ୍ରୀ ତନ୍ତୀ, ଶିବପଦର ପଞ୍ଚାୟତ ସରପଞ୍ଚ ସୁବାସ କରସିକା, ପାତ୍ରଗୁଡ଼ା ସରପଞ୍ଚ ଅନନ୍ତ ନୁଣ୍ଡ୍ରୁକା, ସମିତି ସଭ୍ୟ ଶକୁନ୍ତଳା ନୁନ୍ଦ୍ରୁକା, ଜନଜାତି ଉନ୍ନୟନ ସଦସ୍ୟ ଭାରତ ଭୋଇ ଜନଜାତି ସଂସ୍କୃତି ଓ ପରମ୍ପରା ଉପରେ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ମଞ୍ଚ ସଂଯୋଜନା ଅଜିତ ନାଗ ଓ କମଳାକାନ୍ତ ଖୁଣ୍ଟିଆ କରିଥିବାବେଳେ ଏମ୍ବିକେ ପୁଷ୍ପାବତି୍ୱନାଲା, ପୁଷ୍ପାଞ୍ଜଳି ପାଣିଗ୍ରାହୀ, ସିଆରସି ବିଷ୍ଣୁପ୍ରିୟା ସାହୁକାର, ସମସ୍ତ ଏମ୍ବିକେ, ସିଆରପି, ଅଙ୍ଗନବାଡି, ଆଶାକର୍ମୀ ସହିତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସୁନିଲ ଯାଦବ,କୈଳାଶ ପାତ୍ର, ସମସ୍ତ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଗୋଷ୍ଠୀ ଜନଜାତି ଉନ୍ନୟନ ଅଧିକାରୀ କୃଷ୍ଣଚନ୍ଦ୍ର ବେହେରା ଧନ୍ୟବାଦ୍ ଦେଇଥିଲେ ।