ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଝୋଟ ବ୍ୟାଗ୍ ବଣ୍ଟନ

ରିଆମାଳ,ଏନ୍‌ଏନ୍‌ଏସ୍‌: ରିଆମାଳ କଲ୍ୟାଣ ମଣ୍ଡପରେ ଜିଲ୍ଲାସ୍ତରୀୟ ଖାଦ୍ୟ ସୁରକ୍ଷା ହିତାଧିକାରୀ ପରିବାରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ୨ଟି ଲେଖାଏଁ ଝୋଟ ତିଆରି ବ୍ୟାଗ୍ ପ୍ରଦାନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ କୌଶିକ କୁମାର ପ୍ରଧାନ ଯୋଗଦେଇ ଉଦଘାଟନ କରିଥିବାବେଳେ ଜିଲ୍ଲା ଯୋଗାଣ ଅଧିକାରୀ ରଞ୍ଜନ କୁମାର ପଣ୍ଡା ସଭାପତିତ୍ୱ କରିଥିଲେ । ପୁଷ୍ପା ଦାଶଙ୍କ ସଂଯୋଜନାରେ ୪୦ ଜଣ ହିତାଧିକାରୀଙ୍କୁ ଝୋଟ ବ୍ୟାଗ୍ ପ୍ରଦାନ କରାଯାଇଛି । ଏଡିଏମ୍ ରେବେକା ବିଲୁଙ୍ଗ, ଏବିଡିଓ ସୁଜାତା ପ୍ରିୟଦର୍ଶିନୀ ନାଏକ, ରିଆମାଳ ସରପଞ୍ଚ ବୀଣାପାଣି ନାୟକ ଓ ସମିତିସଭ୍ୟା ତପସ୍ୱିନୀ କୁମୁରା ଉପସ୍ଥିତ ଥିଲେ । ବ୍ଲକ ଯୋଗାଣ ନୀରିକ୍ଷକ ଦୋରେସ ସୋହେଲା ଧନ୍ୟବାଦ ଦେଇଥିଲେ ।