କ୍ରିକେଟରୁ ସନ୍ୟାସ ନେଲେ ମିତାଲୀ ରାଜ

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଟିମର ଅଧିନାୟକ ମିତାଲୀ ରାଜ କ୍ରିକେଟରୁ ଅବସର ନେଇଛନ୍ତି । ୧୯୯୯ରେ ମହିଳା କ୍ରିକେଟରେ ଡେବ୍ୟୁ କରିଥିବା ମିତାଲୀ ଆଜି ୨୩ ବର୍ଷର ଆନ୍ତର୍ଜାତିକ କ୍ୟାରିୟରକୁ ପୂର୍ଣ୍ଣ ବିରାମ ଲଗାଇଛନ୍ତି । ଏନେଇ ମିତାଲୀ ନିଜେ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ, ମିତାଲୀ ରାଜ ତାଙ୍କ ପ୍ରଥମ ଦିନିକିଆ ମ୍ୟାଚରେ ଶତକ ମାରିଥିଲେ । ୧୯୯୯ରେ ଆୟରଲ୍ୟାଣ୍ଡ ବିରୋଧରେ ନିଜ ଡେବ୍ୟୁ ମ୍ୟାଚରେ ମିତାଲୀ ଅପରାଜିତ ୧୧୪ ରନର ପାଳି ଖେଳିଥିଲେ । ମିତାଲୀ ଭାରତ ପାଇଁ ୧୨ଟି ଟେଷ୍ଟ, ୨୩୨ଟି ଦିନିକିଆ, ଓ ୮୯ଟି ଟି-ଟ୍ୱୋଣ୍ଟି ଆନ୍ତର୍ଜାତିକ ମ୍ୟାଚ୍ ଖେଳିଛନ୍ତି । ଦିନିକିଆରେ ୭,୮୦୫ ରନ୍‌, ଟି-ଟ୍ୱୋଣ୍ଟିରେ ୨,୩୬୪ ରନ୍ ଓ ଟେଷ୍ଟରେ ୬୯୯ ରନ୍ କରିବାରେ ସଫଳ ହୋଇଥିଲେ । ମିତାଲୀ ଦୀର୍ଘ ଦିନ ପର୍ଯ୍ୟନ୍ତ ଭାରତର ଅଧିନାୟକ ଥିଲେ ।