ଖରିଫ ଫସଲର ଏମଏସପିକୁ ମୋଦୀ ସରକାରଙ୍କ ମଞ୍ଜୁରୀ

ନୂଆଦିଲ୍ଲୀ: କୃଷକଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ଦିଗରେ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ରୀୟ କ୍ୟାବିନେଟ ୨୦୨୨-୨୩ ବର୍ଷ ପାଇଁ ଖରିଫ ଫସଲର ଏମଏସପିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ୨୦୨୧-୨୨ ବର୍ଷ ପାଇଁ ଧାନର ଏମଏସପି ୧୯୪୦ ପ୍ରତି କ୍ୱିଣ୍ଟାଲ ହେବ ।

ଏହାପୂର୍ବରୁ ରସାୟନ ମନ୍ତ୍ରୀ ମନସୁଖ ମଣ୍ଡଭୀୟା କହିଛନ୍ତି ଯେ, ଭାରତ ପାଖରେ ଖରିଫ ସହ ରବି ଋତୁର ଆବଶ୍ୟକତାକୁ ଦୂରେଇବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ୟୁରିଆ ଗଚ୍ଛିତ ରହିଛି । ଡିସେମ୍ବର ପର୍ଯ୍ୟନ୍ତ ଆମଦାନୀ କରିବାର ଆବଶ୍ୟକତା ନାହିଁ । ସରକାର ପୂର୍ବରୁ ହିଁ ୧୬ ଲକ୍ଷ ଟନ ୟୁରିଆ ଆମଦାନୀ କରିଛନ୍ତି ।