ବାଲିଗୁଡ଼ା, ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଲଣ୍ଡାଗାଁ ପଞ୍ଚାୟତ ଅନାଗୁଳ ଠାରେ ଶ୍ରୀ ବିରାଟେଶ୍ୱର ୧୦ମ ବାର୍ଷିକ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆଜି ଉଦଘାଟିତ ହୋଇଯାଇଛି। ଏଥିରେ ବାଲିଗୁଡ଼ା ବ୍ଲକର ପୂର୍ବତନ ବିଜେପି ସଭାପତି ଦେବେନ୍ଦ୍ର କୁଦେଇ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ମୋହନ ଭୋଇ ଓ ସରପଞ୍ଚଙ୍କ ପ୍ରତିନିଧି ବିଶ୍ୱରଞ୍ଜନ ଭୋଇ ଯୋଗଦେଇ ଥିଲେ। ଏଥିରେ ବିଭିନ୍ନ ଅଞ୍ଚଳର ବହୁ କ୍ରିକେଟ୍ ଦଳ ଭାଗ ନେଇଛନ୍ତି। ଶ୍ରୀ ବିରାଟେଶ୍ୱର ସଂଘର ସମସ୍ତ କର୍ମକର୍ତ୍ତାମାନେ ପରିଚାଳନାରେ ସହଯୋଗ କରୁଛନ୍ତି।