ମା’ ବସ୍ତରେନ ଯୁବକ ସଂଘ ତରଫରୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ

କଳାହାଣ୍ଡି,ଏନ୍‌ଏନ୍‌ଏସ୍‌: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଗାଡ଼େବନ୍ଧ ପଞ୍ଚାୟତ ଅନ୍ତର୍ଗତ ଫଟକାବାହାଲିରେ ମା’ ବସ୍ତରେନ ଯୁବକ ସଂଘ ତରଫରୁ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଦସ୍ୟ ଅବିନାଶ ଠାକୁର ଯୋଗଦେଇ ଖେଳାଳୀଙ୍କୁ ଉତ୍ସାହିତ କରିବା ସହ ପୁରସ୍କୃତ କରିଥିଲେ । କୋକଡ଼ମାଲ ଓ ରାକ୍ସି ଟିମ୍ ମଧ୍ୟରେ ହୋଇଥିବା ରୋମାଞ୍ଚକର ଫାଇନାଲ ମ୍ୟାଚରେ କୋକଡ଼ମାଲ ବିଜୟ ଲାଭ କରିଥିଲା । ଏଥିରେ ସମ୍ମାନୀତ ଅତିଥିଭାବେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ଜିଲ୍ଲା ପରିଷଦ ଜୋନ ୨ର ସଦସ୍ୟ ହରିଶଙ୍କର ମାଝୀ, ସମିତି ସଭ୍ୟା ସୁଜାତା ସାହୁ ଓ ପୂର୍ବତନ ସମିତି ସଭ୍ୟ ପୁରନ୍ଦର ମାଝୀ ପ୍ରମୁଖ ଯୋଗ ଦେଇଥିଲେ ।