ସୁସ୍ମିତା ସେନଙ୍କୁ ଆସିଥିଲା ହୃଦଘାତ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନଙ୍କୁ ନେଇ ଏକ ବଡ଼ ଖବର ସାମ୍ନା ଆସିଛି । ସୁସ୍ମିତା କିଛିଦିନ ପୂର୍ବରୁ ହୃଦଘାତର ଶିକାର ହୋଇଥିଲେ । ଏଞ୍ଜିଓପ୍ଲାଷ୍ଟୀ କରାଯିବା ପରେ ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିଛି । ଏନେଇ ନିଜେ ସୁସ୍ମିତା ସୋସିଆଲ ମିଡିଆରେ ସୂଚନା ପ୍ରଦାନ କରିଛନ୍ତି । ଏଥିସହିତ ତାଙ୍କଠାରେ ବିଶାଳ ହୃଦୟ ରହିଛି ବୋଲି ହୃଦରୋଗ ବିଶେଷଜ୍ଞ କହିଥିବା ନେଇ ମଧ୍ୟ ସୁସ୍ମିତା କହିଛନ୍ତି ।

ସୂଚନାଯୋଗ୍ୟ, ସୁସ୍ମିତା ସେନ ନିଜ ପେଶାଗତ ଓ ବ୍ୟକ୍ତିଗତ ଜୀବନକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଛନ୍ତି । ସୁସ୍ମିତା ଫିଲ୍ମ ପରେ ‘ଆର‌୍ୟା’ ମାଧ୍ୟମରେ ଓଟିଟିରେ ଡେବ୍ୟୁ କରଥିଲେ । ଆର‌୍ୟାର ୨ଟି ସିରିଜ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥିବାବେଳେ ଆଗାମୀ ଦିନରେ ଏହାର ପାର୍ଟ ୩ ମଧ୍ୟ ରିଲିଜ ହେବାକୁ ଯାଉଛି ।