କରୋନା ଯୋଦ୍ଧାଙ୍କୁ ସମ୍ମାନିତ କଲା ନରସିଂହ ବିଷ୍ଣୁପ୍ରିୟା ସେବା ଟ୍ରଷ୍ଟ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: କରୋନା ଯୋଦ୍ଧାଙ୍କ ପ୍ରଂଶସନୀୟ କାର୍ଯ୍ୟକୁ ସମ୍ମାନ ଜଣାଇ ନରସିଂହ ବିଷ୍ଣୁପ୍ରିୟା ସେବା ଟ୍ରଷ୍ଟ ପକ୍ଷରୁ ଆଜି କୋଭିଡ ଯୋଦ୍ଧା ସମ୍ମାନ ସମାରୋହ ଆୟୋଜିତ ହୋଇଯାଇଛି। କରୋନା ମୁକାବିଲାରେ ନିଜକୁ ଉତ୍ସର୍ଗ କରି ଲୋକଙ୍କ ସେବା କରୁଥିବା ୬୮ଟି ଅନୁଷ୍ଠାନକୁ ଟ୍ରଷ୍ଟ ପକ୍ଷରୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପ୍ରତିନିଧି ସୁଶ୍ରୀ ଦିପାଳୀ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ସମସ୍ତ କୋଭିଡ ଯୋଦ୍ଧାଙ୍କୁ ସମ୍ମାନିତ କରଥିଲେ। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୫ ହଜାରରୁ ଉର୍ଦ୍ଧ ଲୋକ କରୋନାରେ ଆକ୍ରାନ୍ତ ହୋଇଥିଲେ ହେଁ ଆମ ରାଜ୍ୟରେ ଅନ୍ୟ ରାଜ୍ୟ ତୁଳନାରେ ସୁସ୍ଥସଂଖ୍ୟା ଅଧିକ ରହିଛି। ଏହା କେବଳ ରାଜ୍ୟର ସ୍ୱାସ୍ଥ୍ୟ କର୍ମୀ, ପୁଲିସ, ଅଙ୍ଗନବାଡ଼ି କର୍ମୀ ତଥା ଅନ୍ୟାନ୍ୟ କୋଭିଡ ଯୋଦ୍ଧାଙ୍କ ପାଇଁ ସମ୍ଭବ ହୋଇପାରିଛି ବୋଲି ସୁଶ୍ରୀ ଦିପାଳୀ କହିଥିଲେ। ଏଥିରେ ସନ୍ଦିପ ଅବସ୍ତି, ଆନନ୍ଦୀନି ପାଢ଼ୀ, ତାପସ ରାୟ ଚୌଧୁରୀ, ମହମ୍ମଦ ନାଜିର, ପିଣ୍ଟୁ ପାଢ଼ୀ ଓ ଅରବିନ୍ଦ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।