ଆଜି ରାତି ୯ଟାରୁ ଆସନ୍ତାକାଲି ୨ଟା ପର୍ଯ୍ୟନ୍ତ ପୁରୀ ଜିଲ୍ଲା ସଟଡାଉନ୍

ପୁରୀ,ଏନ୍ଏନ୍ଏସ୍: ରଥଯାତ୍ରା ପାଇଁ ସମଗ୍ର ପୁରୀ ଜିଲ୍ଲାକୁ ଆଜି ରାତି ୯ଟାରୁ ବୁଧବାର ଦିନ ୨ଟା ଯାଏ ସଟ୍‌ଡାଉନ ଘୋଷଣା କରାଯାଇଛି। ଏନେଇ ପୁଲିସ ଡିଜି ଅଭୟ ସୂଚନା ଦେଇଛନ୍ତି। ଏହି ସମୟରେ ବଡ଼ଦାଣ୍ଡ ଏବଂ ଜିଲ୍ଲାର ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯିବ। ଏହି ସମୟରେ ଘରୁ ନ ବାହାରିବାକୁ ଏବଂ ପୁରୀକୁ ନ ଆସିବାକୁ ସେ ପରାମର୍ଶ ଦେଇଛନ୍ତି। ରଥଯାତ୍ରା ଲାଗି ୫୦ ପ୍ଲାଟୁନ୍ ପୁଲିସ ମୁତୟନ କରାଯିବ ବୋଲି ପୁଲିସ ଡିଜି ଅଭୟ ସୂଚନା ଦେଇଛନ୍ତି।
ରଥଯାତ୍ରା ପାଇଁ ପ୍ରଶାସନ ଓ ପୁଲିସ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି।