ନିର୍ଦ୍ଧାରିତ ସମୟରେ ହେବ ଦଶମ ଓ ଦ୍ୱାଦଶ ପରିକ୍ଷା

ଭୁବନେଶ୍ୱର,ଏନ୍ଏନ୍ଏସ୍: ମାଟ୍ରିକ ଓ ଯୁକ୍ତ ୨ ତାରିଖ ଘୁଂଚିବ ନାହିଁ। ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁସାରେ ହିଁ ପରିକ୍ଷା ହେବ। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଏଥିସହିତ ପରିକ୍ଷା ନିମନ୍ତେ ଅଧିକ କେନ୍ଦ୍ର ପ୍ରସ୍ତୁତ କରାଯିବ। କିନ୍ତୁ ନବମ ଶ୍ରେଣୀ କ୍ଲାସ ବନ୍ଦ ରହିଥିବାରୁ ପରିକ୍ଷା ହେବ କି ନାହିଁ ସେସମ୍ପର୍କରେ କିଛି ସ୍ଥିର ହୋଇନାହିଁ ବୋଲି ମନ୍ତ୍ରୀ କହିଛନ୍ତି।