କୋଭିଡ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ: ଡ୍ରାଇଭର ସମେତ ୨ ରୋଗୀ ଗୁରୁତର

ଫୁଲବାଣୀ,ଏନ୍ଏନ୍ଏସ୍: ବନ୍ଧଗୁଡ଼ ତେଲିମୁଣ୍ଡା ଛକ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ମିଳିଥିବା ରିପୋର୍ଟ ମୁତାବକ, ଦାରିଙ୍ଗବାଡ଼ିରୁ କୋଭିଡ ଆମ୍ବୁଲାନ୍ସ ଯୋଗେ ୨ଜଣ ରୋଗୀଙ୍କୁ ଫୁଲବାଣୀ କୋଭିଡ ହସ୍ପିଟାଲକୁ ନେବା ସମୟରେ ତେଲିମୁଣ୍ଡା ଛକ ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାକଡ଼ର ଏକ ଖଜୁରୀ ଗଛରେ ବାଡ଼େଇ ହୋଇ ଓଲଟି ପଡ଼ିଥିଲା। ଫଳରେ ଡ୍ରାଇଭର ସମେତ ୨ଜଣ ରୋଗୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ବନ୍ଧଗଡ଼ ଫ୍ରେଣ୍ଡସ୍ କ୍ଲବର ସଦସ୍ୟ ସୀମାଞ୍ଚଳ ମୁଖୀ, ଶରତ ମୁଖୀ ଓ ଅନ୍ୟ ସଦସ୍ୟ ପହଞ୍ଚି ତୁରନ୍ତ ଫିରିଙ୍ଗିଆ ଥାନା ଓ ଅଗ୍ନିଶମ ବିଭାଗ ସହ ଯୋଗାଯୋଗ କରିଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ସମେତ ଫିରିଙ୍ଗିଆ ଥାନା ଅଧିକାରୀ ପି. ଶ୍ୟାମସୁନ୍ଦର ରାଓ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରିବା ସହ ଅନ୍ୟ ଏକ ଆମ୍ବୁଲାନ୍ସ ଯୋଗେ ଫୁଲବାଣୀ ମେଡିକାଲ ପଠାଇଥିବା ଜଣାପଡ଼ିଛି।