ଗୁଣୁପୁର-ପଦ୍ମପୁର ରାସ୍ତା ଅବସ୍ଥା ଶୋଚନୀୟ

ରାମନାଗୁଡ଼ା,ଏନ୍ଏନ୍ଏସ୍, ରାୟଗଡ଼ା ଜିଲ୍ଲା ଗୁଣୁପୁରଠାରୁ ପଦ୍ମପୁର ବ୍ଲକକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗର ମୁଖ୍ୟ ରାସ୍ତା  ଶୋଚନୀୟ ହୋଇପଡ଼ିଛି । ଫଳରେ ଯାତାୟାତରେ ସମସ୍ୟା ଉପୁଜିବା ସହ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟୁଛି । ଏହି ଗ୍ରାମର ଅଙ୍ଗନବାଡି କେନ୍ଦ୍ର ଆଗରେ ଏକ ନଳକୂପ ରହିଛି ।  ଏଠାରେ ଲୋକେ ଗାଧୋଇବା ସହ ଅନ୍ୟାନ୍ୟ କାର୍ଯ୍ୟ କରିଥାନ୍ତି। ତେବେ ଜଳ ନିଷ୍କାସନ ବ୍ୟବସ୍ଥାନଥିବାରୁ ରାସ୍ତା ଉପରେ ପାଣି ଜମି ରହି ବଡ଼ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି । ଫଳରେ ଯାନବାହନ ଚଳାଚଳ ଓ ଯାତାୟାତରେ ଅସୁବିଧା ସୃଷ୍ଟି ହୋଇଛି । ସ୍ଥାନୀୟଲୋକେ ଏଠାରେ ଏକ କଲଭର୍ଟ ନିର୍ମାଣ କରିବା ପାଇଁ ଦାବି କରିଛନ୍ତି। ଏ  ସମ୍ପର୍କରେ ପୂର୍ତ୍ତ ବିଭାଗ ଅଧିକାରୀଙ୍କୁ ଅବଗତ କରାଇବାରୁ ଏଠାରେ ଡ୍ରେନ ନିର୍ମାଣ ପାଇଁ ବ୍ୟବସ୍ଥା ରହିଛି, କିନ୍ତୁ ଗ୍ରାମବାସୀ ସହଯୋଗ କରୁନଥିବା କହିଛନ୍ତି । ଅନ୍ୟପକ୍ଷରେ ଅଧିକାରୀଙ୍କ ଏଭଳି ପ୍ରତିକ୍ରିୟାକୁ  ଗ୍ରାମବାସୀ ନାପସନ୍ଦ କରିବା ସହ କୌଣସି ମତେ ବିରୋଧ କରାଯାଇନାହିଁ ବୋଲି କହିଛନ୍ତି।