ନୂଆଦିଲ୍ଲୀ: ଚୀନର ବୁହାନସ୍ଥିତ ଏକ ବିବାଦସ୍ପଦ ଅନୁସନ୍ଧାନ ପ୍ରୟୋଗଶାଳାରେ କାମ କରୁଥିବା ଜଣେ ଆମେରିକୀୟ ବୈଜ୍ଞାନିକ ଏକ ବଡ଼ ଖୁଲାସା କରିଛନ୍ତି । ବୈଜ୍ଞାନିକ ଜଣକ କହିଛନ୍ତି ଯେ, କୋଭିଡ-୧୯ ଏକ ମନୁଷ୍ୟକୃତ ଭାଇରସ ଯାହାକି ଲ୍ୟାବରୁ ଲିକ ହୋଇଥିଲା ।
ମହାମାରୀ ବୈଜ୍ଞାନିକ ଏଣ୍ଡ୍ରୁ ହଫ ତାଙ୍କ ବହି ‘ଦି ଟ୍ରୁଥ ଏବାଉଟ ବୁହାନ’ରେ କହିଛନ୍ତି ଯେ, ମହାମାରୀ ଆମେରିକୀୟ ସରକାର ଦ୍ୱାରା ଚୀନରେ କରୋନା ଭାଇରସର ଆର୍ଥିକ ସହାୟତା କାରଣରୁ ହୋଇଥିଲା । ହଫଙ୍କ ବହିର କିଛି ଅଂଶ ବ୍ରିଟେନର ଟାବ୍ଲଏଡ୍ ‘ଦି ସନ’ରେ ପ୍ରକାଶ ପାଇଛି ।
ସୂଚନାଯୋଗ୍ୟ, ବୁହାନ ଲ୍ୟାବ ହେଉଛି କୋଭିଡ-୧୯ ଉତ୍ପତ୍ତିର କେନ୍ଦ୍ରସ୍ଥଳୀ । କିନ୍ତୁ ଚୀନୀ ସରକାରର ଅଧିକାରୀ ଓ ଲ୍ୟାବ କର୍ମଚାରୀ ଏକଥାକୁ ଅସ୍ପୀକାର କରିଛନ୍ତି ।