ବାଲିଗୁଡ଼ା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି କୃଷି କାର୍ଯ୍ୟାଳୟ ପରିସରରେ ଜୀବିକା ସୁରକ୍ଷା ମଞ୍ଚର ସଂଯୋଜକ ସଞ୍ଜୀବ କୁମାର ଦିଗାଲଙ୍କ ଅଧ୍ୟକ୍ଷତାରେ ଶିକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଟିକାବାଲି ଏଏମସିଏସ ମହାବିଦ୍ୟାଳୟର ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଓ ଅନ୍ୟତମ ଅତିଥିଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରଦୀପ୍ତ ନାୟକ, ଗୋଷ୍ଠୀ କୃଷି ଅଧିକାରୀ ସନ୍ତୋଷ ଦଳବେହେରା, ସାମ୍ୱାଦିକ ରାମକୃଷ୍ଣ ଚୌଧୁରୀ, ଅତିରିକ୍ତ ଉଦ୍ୟାନବିତ୍ ରାଜେଶ ବିଶ୍ୱାଳ ଓ ସ୍ୱେଚ୍ଛାସେବୀ ସଂଗଠନ ସ୍ୱାତୀ କର୍ମୀ ପ୍ରମୁଖ ଉପସ୍ଥିତ ରହି ଶିକ୍ଷା ବିନା ବିକାଶ ଅସମ୍ଭବ ବୋଲି କହିଥିଲେ । ଏହାସହ ସରକାର ଶିକ୍ଷାର ବିକାଶ ପାଇଁ ରୂପାନ୍ତରୀକରଣ କରୁଛନ୍ତି ସତ ମାତ୍ର ସରକାରୀ ଶିକ୍ଷକଙ୍କୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରୁଥିବାରୁ ଶିକ୍ଷାର ବିକାଶରେ ପ୍ରତିବନ୍ଧକ ହେଉଛି ବୋଲି ମତପ୍ରକାଶ ପାଇଥିଲା । ଅନ୍ୟମାନଙ୍କ ମଧ୍ୟରେ କଇଁଝର ସରପଞ୍ଚ ରୁନିମା କହଁର, ପାଦାଙ୍ଗୀ ସରପଞ୍ଚ ଶୁଭଲକ୍ଷ୍ମୀ ପ୍ରଧାନ, ବୁର୍ବିନକୁ ସରପଞ୍ଚ ସାଲିମା ପ୍ରଧାନ, ପିକରଡ଼ି ସରପଞ୍ଚ ରୁବୀ ପ୍ରଧାନ ଓ କଳିଙ୍ଗା ସରପଞ୍ଚ ବକ୍ସି ମଲିକ ପ୍ରମୁଖ ଉପସ୍ଥିତ ରହି ବିଦ୍ୟାଳୟର ସମସ୍ୟା ଉପରେ ଗୁରୁତ୍ୱାରୋପ କରିଥିଲେ ।