ନୂଆଦିଲ୍ଲୀ, ଏଜେନ୍ସି: ବିହାର ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ମାଗଣା କରୋନା ଭାଇରସ୍ ଟିକା ଯୋଗାଇ ଦେବାକୁ ବିଜେପି ତା’ର ନିର୍ବାଚନୀ ଇସ୍ତାହାର ଦେଇଥିବା ପ୍ରତିଶ୍ରୁତି ଆଚରଣ ବିଧିର ଉଲ୍ଲଘଂନ ନୁହେଁ ବୋଲି ନିର୍ବାଚନ କମିଶନ କହିଛନ୍ତି। ସୂଚନା ଅଧିକାର କର୍ମୀ ସାକେତ ଗୋଖେଲ ଦାଏ କରିଥିବା ଅଭିଯୋଗର ଉତ୍ତର ଦେଇ ନିର୍ବାଚନ କମିଶନ ଏଭଳି କହିଛନ୍ତି। ନିର୍ବାଚନ କମିଶନ୍ ପକ୍ଷରୁ କୁହାଯାଇଛି, ଏହାଦ୍ୱାରା ଆଦର୍ଶ ଆଚରଣ ବିଧିରେ ଥିବା କୌଣସି ବ୍ୟବସ୍ଥା ଉଲ୍ଲଂଘନ ହେଉନାହିଁ। ପ୍ରସଙ୍ଗକୁ ଆହୁରି ସ୍ପଷ୍ଟ କରିବାକୁ ନିର୍ବାଚନ କମିସନ ଆଦର୍ଶ ଆଚରଣବିଧିର ଅଷ୍ଟମ ଭାଗରେ ନିର୍ବାଚନ ଇସ୍ତାହାର ନିମନ୍ତେ ଉଦ୍ଦିଷ୍ଟ କେତୋଟି ମାର୍ଗଦର୍ଶିକାର ଦୃଷ୍ଟାନ୍ତ ଦେଇଥିଲେ। ଇସ୍ତାହାରରେ ବିଜେପି ଦେଇଥିବା ମାଗଣା ଟିକା ପ୍ରତିଶ୍ରୁତି ଏ ସବୁକୁ ଉଲ୍ଲଂଘନ କରୁନାହିଁ ବୋଲି କମିଶନ ମତ ଦେଇଛନ୍ତି।