ସିରମ ଇନଷ୍ଟିଚ୍ୟୁଟରେ କୋଭାଭେକ୍ସ ଉତ୍ପାଦନ ଆରମ୍ଭ

ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ଔଷଧ ନିର୍ମାତା କମ୍ପାନୀ ସିରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ କୋଭାଭେକ୍ସ ଭ୍ୟାକ୍ସିନର ପ୍ରଥମ ବ୍ୟାଚର ଉତ୍ପାଦନ ଆରମ୍ଭ କରିଦେଇଛି। ଏନେଇ ସିରମ ଇନଷ୍ଟିଚ୍ୟୁଟର ସିଇଓ ଅଦାର ପୁନାୱାଲା ସୂଚନା ପ୍ରଦାନ କରିଛନ୍ତି। ଏହି ଭ୍ୟାକ୍ସିନ ୧୮ ବର୍ଷ ତଳକୁ ଥିବା ସମସ୍ତଙ୍କ ପାଇଁ ପ୍ରଭାବୀ ସାବ୍ୟସ୍ତ ହେବ ବୋଲି ପୁନାୱାଲା କହିଛନ୍ତି। ସୂଚନାଯୋଗ୍ୟ, ନୋଭାଭାକ୍ସ ତରଫରୁ ପ୍ରସ୍ତୁତ କରାଯାଇଥିବା ଏହି ଭ୍ୟାକ୍ସନକୁ ଭାରତରେ କୋଭାଭେକ୍ସ ନାମ ଦିଆଯାଇଛି।