ଦ୍ୱିତୀୟ ଲହରୀ ନେଲାଣି ୭୭୬ ଡାକ୍ତରଙ୍କ ଜୀବନ

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହରର ପ୍ରଭାବ ଭୟାବହ ରହିଛି। ପ୍ରଥମ ଲହର ତୁଳନାରେ ବହୁ ଗୁଣାରେ ମୃତ୍ୟୁ ଓ ନୂଆ ମାମଲା ସାମ୍ନାକୁ ଆସିଛି। ଇଣ୍ଡିଆନ ମେଡିକାଲ ଆସୋସିଏସନ ମୁତାବକ, କରୋନାର ଦ୍ୱିତୀୟ ଲହର ଯୋଗୁ ୭୭୬ ଡାକ୍ତରଙ୍କର ମୃତ୍ୟୁ ହୋଇଛି। ସେଥିମଧ୍ୟରୁ ବିହାରରେ ସର୍ବାଧିକ ୧୧୫ଜଣ ରହିଛନ୍ତି। ସେହିପରି ଦିଲ୍ଲୀରେ ୧୦୯, ଉତ୍ତରପ୍ରଦେଶରେ ୭୯, ପଶ୍ଚିମବଙ୍ଗରେ ୬୨, ତାମିଲନାଡ଼ୁରେ ୫୦, ରାଜସ୍ଥାନରେ ୪୪, ଆନ୍ଧ୍ରପ୍ରଦେଶରେ ୪୦, ତେଲେଙ୍ଗାନାରେ ୩୯,ଗୁଜରାଟ ଓ ଝାଡ଼ଖଣ୍ଡରେ ୩୯ ଲେଖାଏଁ, ଓଡ଼ିଶାରେ ୩୪ ଓ ମହାରାଷ୍ଟ୍ରରେ ୨୩ଜଣ ରହିଛନ୍ତି।