ନବରଙ୍ଗପୁର,ଏନ୍ଏନ୍ଏସ୍: ୨୦୧୯ ମସିହାର ବହୁ ଚର୍ଚ୍ଚିତ କୋଷାଗୁମୁଡା ସମ୍ପତି ପାଇଁ ସାନ ଭାଇକୁ ହତ୍ୟା ମାମଲାରେ ଆଜି ରାୟ ଶୁଣାଇଛନ୍ତି ନବରଙ୍ଗପୁର ଏସଡିଜେମ୍ କୋର୍ଟ।
ସୂଚନା ଅନୂସାରେ ୨୦୧୯ରେ କୋରାଗୁମୁଡା ଗୁମଣ୍ଡଳି ଗାଁରେ ସମ୍ପତି ବିବାଦକୁ କେନ୍ଦ୍ର କରି ବାପା ଓ ୩ ପୁଅ ମିଶି ସାନ ଭାଇକୁ ମାରି ମାରି ହତ୍ୟା କରିଥିଲେ। ଏହାପରେ ସମସ୍ତ ୪ ଜଣଙ୍କୁ ଗିରଫ କରାଯାଇ ମାମଲା ରୁଜୁ କରାଯାଇଥିଲା। ଏହାପରେ ଦୀର୍ଘ ତିନି ବର୍ଷ ପରେ ଆଜି ଏହି ମାମଲାର ଶୁଣାଣୀ କରିଛନ୍ତି କୋର୍ଟ। ମାମଲାରେ ସମସ୍ତ ୪ ଅଭିଯୁକ୍ତଙ୍କୁ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।