ନୂଆଦିଲ୍ଲୀ,ଏଜେନ୍ସି: ଭାରତରେ ଚିହ୍ନଟ ହେଲେ ପ୍ରଥମ ଏକ୍ସଇ ଭ୍ୟାରିଆଣ୍ଟ କରୋନା ଆକ୍ରାନ୍ତ। ଓମିକ୍ରନ ଭ୍ୟାରିଆଣ୍ଟ ପରେ ଏବେ ଭାରତରେ ପ୍ରବେଶ କରିସାରିଛି କରୋନାର ନୂଆ ମୁଟାଣ୍ଟ ଏକ୍ସଇ। ତେବେ ଏହା ଓମିକ୍ରନ ଠାରୁ ବି ଅଧିକ ଭୟଙ୍କର ଭ୍ୟାରିଆଣ୍ଟ ଅଟେ। ମୁମ୍ବାଇରେ ଜଣେ ବ୍ୟକ୍ତିଙ୍କ ଶରୀରରେ କରୋନାର ଏକ୍ସଇ ଭ୍ୟାରିଆଣ୍ଟ ଟିହ୍ନଟ ହୋଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।
କରୋନା ନୂଆ ଭ୍ୟାରିଆଣ୍ଟ ଏକ୍ସଇ ମ୍ୟୁଟାଣ୍ଟ ପ୍ରଥମେ ବିଟ୍ରେନରେ ଚିହ୍ନଟ ହୋଇଥିଲେ। ଆଉ ଏବେ ଏହା ଭାରତରେ ପ୍ରବେଶ କରିସାରିଛି। ଯାହାକୁ ନେଇ ଚିନ୍ତା ବଢିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା କରୋନାର ଯେତେ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛନ୍ତି ଏହା ସବୁଠାରୁ ଅଧିକ ସଂକ୍ରାମକ ବୋଲି କୁହାଯାଉଛି। ଅନ୍ୟ ଭ୍ୟାରିଆଣ୍ଟ ତୁଳନାରେ ଏହା ୨୩ ପ୍ରତିଶତ ଅଧିକ ସଂକ୍ରାମକ ବୋଲି କୁହାଯାଉଛି।