ପୁରୀ,ଏନ୍ଏନ୍ଏସ୍: ଶ୍ରୀମନ୍ଦିର ରୋଷ ଘର ଚୁଲି ଭଙ୍ଗିବା ଘଟଣାରେ ସତ ମାନିଲା ଅଭିଯୁକ୍ତ। କାହିଁକି ଓ କେମିତି ଚୁଲିକୁ ଭାଙ୍ଗିଛି ସବୁ ସତ ବଖାଣିଛି ପୁଲିସ ଆଗରେ। ଘଟଣା ଦିନ ଶ୍ରୀମନ୍ଦିରରେ ଥିଲା ବୋଲି ଅଭିଯୁକ୍ତ ନିଜେ ସତ ମାନିଛି।
ପ୍ରଭୁ ଜଗନ୍ନାଥଙ୍କୁ ସେ ବହୁତ ଭଲ ପାଏ ଏବଂ ତାଙ୍କୁ ଭକ୍ତି କରେ। କିନ୍ତୁ କିଛି ଲୋକ ଖାଇବାକୁ ପାଉନାହାନ୍ତି ତ ଆଉ କିଛି ଜଣଙ୍କ ପାଖରେ ବହୁତ ଖାଦ୍ୟ ରହିଛି। ଏହାକୁ ନେଇ ମନରେ ଅଭିମାନ ଥିଲା ବୋଲି ଅଭିଯୁକ୍ତ କହିଛି।
ଘଟଣାଦିନ ରୋଷ ଘରକୁ ଯିବା ବେଳେ ସେଠାରେ କେହି ନଥିଲେ। ରୋଷ ଘର ଖୋଲା ଥିଲା। ଏହାସହିତ ଭିତରେ ଲାଇଟ ମଧ୍ୟ ଜଳୁଥିଲା। ପ୍ରଥମେ ସେଠି ସଫା କରିବା ପରେ ଚୁଲି ଭାଙ୍ଗି ଥିବା ଅଭିଯୁକ୍ତ ସ୍ୱୀକାର କରିଛି।
ହେଲେ କେତେ ଚୁଲି ଭାଙ୍ଗିଛି ସେନେଇ ମନେ ନାହିଁ ବୋଲି କହିଛି ଅଭିଯୁକ୍ତ। ତେବେ ସବୁ ଚୁଲି ହାତରେ ଭାଙ୍ଗିଥିବା କଥା ବି ମାନିଛି। ଏହାସହିତ ପୁଲିସ ଅଭିଯୁକ୍ତକୁ ଗିରଫ କରି ଜେଲକୁ ପଠାଇଥିବା ସୂଚନା ମିଳିଛି।