ଚୀନ୍ ସଂଘର୍ଷରେ ୨୦ ଯବାନଙ୍କ ମୃତ୍ୟୁ ଗଭୀର ଯନ୍ତ୍ରଣାଦାୟକ: ରାଜନାଥ ସିଂହ

ନୂଆଦିଲ୍ଲୀ,ଏଜେନ୍ସି: ସୋମବାର ଲଦାଖର ଗାଲୱାନ ଭ୍ୟାଲି ଚୀନ-ଭାରତ ମୁହଁମୁହିଁ ହୋଇ ଭାରତର ୨୦ ଯବାନ ସହିଦ ହୋଇଛନ୍ତି। ଏହି ଘଟଣାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୋକ ପ୍ରକାଶ କରିଛନ୍ତି। ଏଥିସହିତ ଏହି ହିଂସାକାଣ୍ଡରେ ଗୁରୁତର ହୋଇଥିବା ୪ ଯବାନ ବର୍ତ୍ତମାନ ସଙ୍କଟ ପରିସ୍ଥିତିରେ ଗତିକରୁଛନ୍ତି ବୋଲି ଗଣମାଧ୍ୟମରେ ସୂଚନା ଦେଇଛନ୍ତି।

ଭାରତୀୟ ସେନା ଦୃଢ଼ତାର ସହ ସୀମାରେ ଲଢ଼େଇ କରି ସହିଦ ହୋଇଛନ୍ତି। ଗାଲୱାନରେ ଯବାନଙ୍କ ମୃତ୍ୟୁ ଗଭୀର ବିବ୍ରତ ଓ ଯନ୍ତ୍ରଣାଦାୟକ ବୋଲି ଶ୍ରୀ ସିଂହ ମନ୍ତବ୍ୟ ଦେଇଛନ୍ତି। ଏହାକୁ ଦେଶ ସଦାସର୍ବଦା ମନେ ରଖିବ ବୋଲି କହିଛନ୍ତି। ସେହିପରି ସହିଦଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହିତ ଏହି ସଙ୍କଟ ସମୟରେ ଦେଶ ସେମାନଙ୍କ ପରିବାର ସହିତ କାନ୍ଧରେ କାନ୍ଧ ମିଶାଇ ଛିଡା ହେବ ବୋଲି ଶ୍ରୀ ସିଂହ ଟ୍ୱିଟ କରି କହିଛନ୍ତି।