କରୋନା ଯୋଦ୍ଧା ହାବିଲଦାରଙ୍କ ପରଲୋକ

କେନ୍ଦୁପାଟଣା, ଏନ୍ଏନ୍ଏସ୍: ନିଶ୍ଚିନ୍ତକୋଇଲି ବ୍ଲକ୍ ଅଧୀନସ୍ଥ କୋଲଣପୁର ଗ୍ରାମର ସୁକାନ୍ତ କିଶୋର ମଲ୍ଲିକ(୫୭)ଙ୍କ ଆଜି ମୃତ୍ୟୁ ଘଟିଛି। ସେ ପୁଲିସ ହାବିଲଦାର ଭାବେ ମାର୍ଶାଘାଇ ଥାନାରେ କାର୍ଯ୍ୟରତ ଥିଲେ। ମହାମାରୀ କରୋନା ସମୟରେ ତାଙ୍କର ଶରୀର ଅସୁସ୍ଥ ହେବାରୁ ସେ କଟକର ଏକ ଘରୋଇ ନର୍ସିଂହୋମ୍ରେ ଚିକିତ୍ସିତ ହେଉଥିଲେ। ଆଜି ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ ସଂଯୁକ୍ତା ମଲ୍ଲିକ, ଝିଅ ପୂଜାରିଣୀ, ସାନ ଭାଇ ସାଲେପୁର ଥାନା ଡ୍ରାଇଭର ସୁବାସ ମଲ୍ଲିକ , ମଥୁରାନନ୍ଦ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହିଥିଲେ।

ଖବରପାଇ କେନ୍ଦ୍ରାପଡା ଜିଲ୍ଲା ହାବିଲଦାର ସଂଘର ସଭାପତି ତପନ କୁମାର ବେହେରା, ମାର୍ଶାଘାଇ ଥାନା ଆଇଆଇସି କାଳନ୍ଦୀ ବେହେରାଙ୍କ ସମେତ କେତେକ ସହକର୍ମୀ ତାଙ୍କ ବାସଭବନରେ ପହଞ୍ଚି ଶୋକବ୍ୟକ୍ତ କରି ପରିବାରକୁ ସମବେଦନା ଜଣାଇବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବିଜେଡି କଟକ ଜିଲ୍ଲା ସାଧାରଣ ସଂପାଦକ ପ୍ରଶାନ୍ତ କୁମାର ଜେନା, ସ୍ୱେଚ୍ଛାସେବୀ ଦୀପକ କୁମାର ଜେନା, ପ୍ରହଲ୍ଲାଦ ମଲ୍ଲିକ, ଶରତ ସାମଲ, ବିଜୟ କୁମାର ମଲ୍ଲିକ ପ୍ରମୁଖ ଉପସ୍ଥିତ ହୋଇ ଶେଷଦର୍ଶନ କରିଥିଲେ।