ବିଦେଶକୁ ମାସ୍କ, ସାନିଟାଇଜର ଓ ପିପିଇ କିଟ ରପ୍ତାନୀ ବେଳେ ଧରିଲା କଷ୍ଟମ ବିଭାଗ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ବର୍ତ୍ତମାନ କରୋନା ଭାଇରସର ଆତଙ୍କ ଚାଲିଛି, ଦିନକୁ ଦିନ ଦେଶରେ ବଢୁଥିବା କରୋନା ଭାଇରସର ତଥ୍ୟକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଦେଶରେ ଚିକିତ୍ସା ସାମଗ୍ରୀର ଆବଶ୍ୟକତା ଖୁବ ଗୁରୁତ୍ୱପୂର୍ଣ୍ଣ ରହିଛି। ଏହି ସମୟରେ କିଛି ଅସାଧୁ ଲୋକ ଗୁପ୍ତରେ ବିଦେଶକୁ ବହୁ ସଂଖ୍ୟକ ମାସ୍କ, ସାନିଟାଇଜର ଓ ପିପିଇ କିଟ ରପ୍ତାନୀ କରୁଥିବା ବେଳେ ଦିଲ୍ଲୀର ବମାନବନ୍ଦରରେ ଥିବା କଷ୍ଟମ ଅଧିକାରୀଙ୍କ ଦ୍ୱାରା ଏହାକୁ ଜବତ କରାଯାଇଛି। ଏସବୁକୁ ଗୁପ୍ତରେ ବିଦେଶକୁ ନିଆଯାଉଥିଲା ବୋଲି ସୂଚନା ମିଳିଛି, ଏହି ସବୁ ସାମଗ୍ରୀ ବିଦେଶ ରପ୍ତାନୀ ହେବା ପୂର୍ବରୁ ଏମାନଙ୍କ ଯୋଜନାକୁ ଭଣ୍ଡୁର କରିଦେଇଛି କଷ୍ଟମ ବିଭାଗ।

ଦିଲ୍ଲୀ କଷ୍ଟମର ଏୟାର କାର୍ଗୋ ଏ ବିଷୟରେ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା, ଯାହା ପରେ ଏହି ଦ୍ରବ୍ୟକୁ ଟ୍ରାକ କରାୟିବା ଆରମ୍ଭ କରିଥିଲା। ଜବତ ହୋଇଥିବା ସାମଗ୍ରୀ ମଧ୍ୟରୁ ପ୍ରାୟ ୫.୦୮ ଲକ୍ଷ ମାସ୍କ, ୫୭ ଲିଟର ସାନିଟାଇଜର ଯଥା ୯୫୦ ବୋତଲ ଏବଂ ୯୫୦ ପିପିଇ କିଟ୍ ଜବତ କରାଯାଇଛି। ନୂଆଦିଲ୍ଲୀ ବିମାନହନ୍ଦରର କାର୍ଗୋ ଟର୍ମିନାଲରେ କଷ୍ଟମ ବିଭାଗ ଏହି ସମସ୍ତ ସାମଗ୍ରୀ ଜବତ କରିଛି। କୁହାଯାଉଛି ଯେ ଏହି ସମସ୍ତ ସାମଗ୍ରୀ ଚୀନକୁ ପଠାଯାଉଥିଲା ବୋଲି।

ଏହି ସାମଗ୍ରୀ ବ୍ୟତୀତ, କଷ୍ଟମ ବିଭାଗ ୨୪୮୦ କିଲୋଗ୍ରାମର କଞ୍ଚାମାଲକୁ ମଧ୍ୟ ଜବତ କରିଛି। ଏହି କଞ୍ଚାମାଲ ମଧ୍ୟ ଚାଇନାକୁ ପଠାଯାଉଥିବା ନେଇ ସୂଚନା ମିଳିଛି। ବର୍ତ୍ତମାନ କଷ୍ଟମ ବିଭାଗ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ଏହି ସବୁ ସାମଗ୍ରୀ କିଏ ଓ କାହିଁକି ବିଦେଶକୁ ପଠାଉଥିଲା ସେ ନେଇ ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ ହୋଇନଥିଲେ ମଧ୍ୟ ଏହା ବେଆଇନ ଭାବେ ବିଦେଶକୁ ପଠାଯାଉଥିଲା ବୋଲି କଷ୍ଟମ ବିଭାଗ ସ୍ପଷ୍ଟ କରିଛି।