ବଙ୍ଗୋପସାଗରରେ ଆଣ୍ଟି-ସିପ୍ ମିଶାଇଲର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ,ଏଜେନ୍ସି: ଭାରତୀୟ ନୌସେନାର ମିଶାଇଲ ଲଞ୍ଚର ଆଇଏନଏସ୍ କୋରା ଦ୍ୱାରା ଆଜି ଆଣ୍ଟି-ସିପ୍ ମିଶାଇଲର ପରୀକ୍ଷଣ କରାଯାଇଥିବାବେଳେ ଏହା ସଫଳ ହୋଇଛି। ଏହି ମିଶାଇଲଟି ବଙ୍ଗୋପସାଗରରେ ବହୁ ଦୁରରେ ଥିବା ଏକ ଟାର୍ଗେଟକୁ ସଠିକ ଭାବେ ଭେଦ କରିଛି। ଶୁକ୍ରବାର ଏକ ଟୁଇଟରେ ଭାରତୀୟ ନୌସେନାର ମୁଖପାତ୍ର ଏହି ସୂଚନା ଦେଇଛନ୍ତି। ତେବେ ମିଶାଇଲ ଦ୍ୱାରା ଲକ୍ଷ ଧାର୍ଯ୍ୟ କରାଯାଇ ସିପଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା କହିଛନ୍ତି।

ଅକ୍ଟୋବର ୨୩ ତାରିଖରେ ମଧ୍ୟ ଭାରତୀୟ ନୌସେନା ପକ୍ଷରୁ ଆଉ ଏକ ଆଣ୍ଟି-ସିପ୍ ମିଶାଇଲକୁ ଆଇଏନଏସ୍ ପ୍ରବଳ ଲଞ୍ଚରରୁ ମରା ଯାଇଥିଲା। ଯାହାକି ଲକ୍ଷ ଜାହାଜରେ ମାଡ଼ ହୋଇ ସମ୍ପୂର୍ଣ୍ଣ ଧ୍ୱଂସ କରିଦେଇଥିଲା।