ଦେଶର ପ୍ରଥମ ସ୍ୱଦେଶୀ ଭ୍ୟାକ୍ସିନ ‘କୋଭିକ୍ସିନ’କୁ ମିଳିଲା କ୍ଲିନିକାଲ ଟ୍ରାଏଲର ଅନୁମତି

ନୂଆଦିଲ୍ଲୀ: ଭାରତ ସରକାର କରୋନା ମୁକାବିଲା ପାଇଁ ଦେଶର ପ୍ରଥମ ସ୍ୱଦେଶୀ ଭ୍ୟାକ୍ସିନର କ୍ଲିନିକାଲ ଟ୍ରାଏଲ ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଭାରତ ବାୟୋଟିକ ପକ୍ଷରୁ ‘କୋଭିକ୍ସିନ’ ନାମକ ଏକ ଭ୍ୟାକ୍ସିନକୁ ବିକଶିତ କରାଯାଇଛି। ଆଇସିଏମଆର ଓ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଭାଇରୋଲୋଜୀ ସହ ମିଶି ଭାରତ ବାୟୋଟିକ ସମ୍ପୂର୍ଣ୍ଣ ଭାରତୀୟ ଜ୍ଞାନ କୌଶଳରେ ଏହି ଭ୍ୟାକ୍ସିନକୁ ପ୍ରସ୍ତୁତ କରିଛି। ଡିସିଜିଆଇ ତରଫରୁ ଜୁଲାଇ ମାସରେ ଦେଶବ୍ୟାପୀ ଏହାର କ୍ଲିନିକାଲ ଟ୍ରାଏଲ କରିବା ପାଇଁ ଅନୁମତି ଦିଆଯାଇଛି।

କରୋନା ଭ୍ୟାକ୍ସିନ ପ୍ରସ୍ତୁତ କରିବା ପାଇଁ ସମଗ୍ର ବିଶ୍ୱର ଫାର୍ମା କମ୍ପାନୀ ଉଦ୍ୟମ ଜାରି ରଖିଛନ୍ତି। ଏହି ଭ୍ୟାକ୍ସିନ ପ୍ରସ୍ତୁତ କରିବାରେ ଭାରତ ଏକ ବଡ଼ ଭୂମିକା ନିର୍ବାହ କରିବ ବୋଲି ଆଶା ରଖାଯାଇଛି। ଭାରତର ୩୦ଟି ଗ୍ରୁପ୍ ଭ୍ୟାକ୍ସିନ ପ୍ରସ୍ତୁତ କରୁଥିବା କଥା ନିକଟରେ ସରକାର ପ୍ରକାଶ କରିଥିଲେ। ସେହିପରି ବ୍ରିଟେନର ‘ଏକ୍ସଟ୍ରାଜେନେକା’ ଭ୍ୟାକ୍ସିନ ମଧ୍ୟ ପ୍ରସ୍ତୁତିର ଶେଷ ଚରଣରେ ଥିବା ଗତ ସପ୍ତାହରେ ଡବ୍ଲ୍ୟୁଏଚଓ କହିଥିଲା।